ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱକୁ ଏବେ କରୋନା ନିଜ କବଳରେ କବଳିତ କରି ରଖିଛି । କାମଧନ୍ଦା ବନ୍ଦ ଥିବାରୁ ଏହି ସମୟରେ ସମସ୍ତଙ୍କୁ ନିହାତି ଟଙ୍କାର ଆବଶ୍ୟକ ଥିବ । ହେଲେ ଆପଣଙ୍କ ପଇସା ଚିନ୍ତାକୁ ଦୂର କରିବାକୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆପଣଙ୍କ ପାଇଁ ଲଞ୍ଚ୍ କରିଛି ଜରୁରୀକାଳୀନ ଋଣ ବ୍ୟବସ୍ଥା । ଯାହାର ଫାଇଦା ଆପଣ ଉଠାଇ ପାରିବେ । ଆଉ ଏଥିପାଇଁ ଆପଣଙ୍କୁ ଘରୁ ବାହାରକୁ ମଧ୍ୟ ବାହାରିବାକୁ ପଡିବନି । ହେଲେ ସବୁଠୁ ଖାସ୍ କଥା ହେଲା ଯେ, ମାତ୍ର ୪୫ ମିନିଟରେ ଆପଣଙ୍କୁ ଏହି ଋଣ ମିଳିଯିବ ।
୬ ମାସ ପର୍ଯ୍ୟନ୍ତ ଇଏମଆଇ ଦେବାର ଆବଶ୍ୟକତା ନାହିଁ
ତେବେ ଏହି ଲକ ଡାଉନ ସମୟରେ ଦରମା କାଟ୍ ଓ କାରବାର ଉପରେ ରେ ପଡୁଥିବା ପ୍ରଭାବକୁ ଦୃଷ୍ଟିରେ ରଖି ଏସବିଆଇ ଏହି ଋଣ ତାଙ୍କ ଗ୍ରାହକଙ୍କ ପାଇଁ ଆଣିଛନ୍ତି । ତେବେ ଏଠାରେ କହିରଖୁଛୁ ଯେ, ଏହି ଲୋନ୍ କେବଳ ଏସବିଆଇ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି । ଏହାଛଡା ଲୋନ୍ ନେଇଥିବା ବ୍ୟକ୍ତିଙ୍କୁ ୬ ମାସ ପର୍ଯ୍ୟନ୍ତ କୌଣସି ଇଏମଆଇ ଦେବାକୁ ପଡିବନି ବୋଲି ବ୍ୟାଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି । ମାତ୍ର ୬ ମାସ ସଂପୂର୍ଣ୍ଣ ହେବା ପରେ ଇଏମଆଇ ଆପଣ ଦେବେ ।
ସବୁଠୁ ଶସ୍ତା ଏହି ଲୋନ୍
ତେବେ ବର୍ତମାନ ପରିସ୍ଥିତିରେ ବ୍ୟାଙ୍କ କେବଳ ନିଜ ଗ୍ରାହକଙ୍କ ପାଇଁ ଏହି ଲୋନ ନେବାର ସୁବିଧା ଆଣିଛି । ଆଉ ବ୍ୟକ୍ତିଗତ ଋଣ ପାଇଁ ଗ୍ରାହକଙ୍କୁ ୧୦.୫୦ ପ୍ରତିଶତ ସୁଧ ଦେବାକୁ ପଡିବ । ଯାହା ଦେଶର ଅନ୍ୟ କୌଣସି ବ୍ୟାଙ୍କ ସୁଧ ହାର ଠାରୁ ବହୁତ ଶସ୍ତା ।
କିପରି ଆବେଦନ କରିବେ
ଗ୍ରାହକଙ୍କୁ ପ୍ରଥମେ ମୋବାଇଲରେ ପିଏପିଏଲ ସ୍ପେସ ଦେଇ ଆକାଉଣ୍ଟ ନମ୍ବରର ଶେଷ ୪ ଅଙ୍କ ଟାଇପ କରି ୫୬୭୬୭୬ କୁ ପଠାଇବେ
ଏହାପରେ ଆପଣ ଏହି ଲୋନ ନେବା ପାଇଁ ଯୋଗ୍ୟ କି ନାହିଁ ତାହା ଆପଣଙ୍କୁ ଜଣାଇ ଦିଆଯିବ । ଯୋଗ୍ୟ ବିବେଚିତ ଗ୍ରାହକ ୪ଟି ପର୍ଯ୍ୟାୟ ଦେଇ ଲୋନ ପାଇଁ ଆବେଦନ କରିପାରିବେ
ଏହାପରେ ଆପ୍ ରେ ଆଭେଲବେଲ ନାଓ ଉପରେ କ୍ଲିକ କରିବେ
ଏହାପରେ ସମୟ ଏବଂ କେତେ ଟଙ୍କା ନେବେ ବାଛିବେ
ଏହାପରେ ଆପଣଙ୍କ ରେଜିଷ୍ଟର ଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ଓଟିପି ଦେବା ମାତ୍ରେ ହିଁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ |