33.1 C
Bhubaneswar
Thursday, April 25, 2024
Homeଓଡିଶାଆଉ ୩ କରୋନା ପଜିଟିଭ୍ ଚିହ୍ନଟ, ୩ ନୂଆ ଜିଲ୍ଲାକୁ ମାଡ଼ିଲା, ବଢ଼ୁଛି ଚିନ୍ତା

ଆଉ ୩ କରୋନା ପଜିଟିଭ୍ ଚିହ୍ନଟ, ୩ ନୂଆ ଜିଲ୍ଲାକୁ ମାଡ଼ିଲା, ବଢ଼ୁଛି ଚିନ୍ତା

ଭୁବନେଶ୍ୱର : ରାଜ୍ୟରେ ଆଉ ୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୧୨୨କୁ ବୃଦ୍ଧି ପାଇଛି । ସବୁଠାରୁ ଉଦ୍‌ବେଗ ଓ ଚିନ୍ତା ଜନକ ବିଷୟ ହେଉଛି ରାଜ୍ୟରେ କରୋନା କ୍ରମେ ମାଡ଼ିଚାଲିଛି । ଗୋଟିଏ ଗୋଟିଏ ପରେ ନୂଆ ନୂଆ ଜିଲ୍ଲାକୁ ଗ୍ରାସ କରୁଥିବା ଦେଖାଦେଉଛି । ପୁରୁଣା ଜିଲ୍ଲା କେବଳ ନୁହେଁ ନୂଆ ଜିଲ୍ଲା ସାମିଲ ହେଉଛନ୍ତି । ଏବେ କେନ୍ଦୁଝର, ଝାରସୁଗୁଡ଼ା ଓ ଦେବଗଡ଼ ଏହି ୩ଜିଲ୍ଲାରେ ଜଣେ ଲେଖାଁଏ କରୋନା ରୋଗୀ ଆଜି ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୩ ଜିଲ୍ଲାରେ ପ୍ରଥମ ଥର ପାଇଁ କରୋନା ରୋଗୀ ଠାବ ହୋଇଛନ୍ତି । ଏହା ପୂର୍ବରୁ ଦୁଇଦିନ ତଳେ କୋରାପୁଟ୍ ଜିଲ୍ଲାରେ ପ୍ରଥମ ଥର ପାଇଁ ଜଣେ ସ୍ୱାସ୍ଥ୍ୟକର୍ମୀ ଚିହ୍ନଟ ହୋଇଥିଲେ ।
ଆଜି ସକାଳେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏହି ରୋଗୀ ଜଣଙ୍କ ଭୁବନେଶ୍ୱର ମଧୁସୁଦନନଗର ଅଂଚଳର । ଗୋଟିଏ ଦିନରେ ଦିନ ୧୨ଟାସୁଦ୍ଧା ୪ଜଣଙ୍କ ରିପୋର୍ଟ ଆସିଲାଣି । ଏହା ପୂର୍ବରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ରୋଗୀ ସଂଖ୍ୟା ବଢ଼ୁଥିବା ନେଇ ଚିନ୍ତା ଜାରି ରହିଥିବାବେଳେ ଏବେ ଗୋଟିଏ ଗୋଟିଏ ନୂଆ ନୂଆ ଜିଲ୍ଲା ଆସିବା ଫଳରେ ପ୍ରଶାସନ ପାଇଁ ଚିନ୍ତା ଆଣିଛି । କଳାହାଣ୍ଡି,ପୁରୀ, ଢ଼େଙ୍କାନାଳ,କଟକରେ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଏହି ଜିଲ୍ଲାରେ କେହି ଆଉ ଆକ୍ରାନ୍ତ ନାହାଁନ୍ତି । ହେଲେ ନୂଆ ଜିଲ୍ଲା ଯୋଡ଼ି ହୋଇଛନ୍ତି । ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଭୁବନେଶ୍ୱରରେ ବହୁଦିନ ଧରି ରୋଗୀ ଚିହ୍ନଟ ହୋଇନଥିଲେ । ଆଜି ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ଭୁବନେଶ୍ୱର ପାଇଁ ପୁଣି ଆଶଙ୍କା ବଢ଼ିଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୩୮ଜଣ ସୁସ୍ଥ ହୋଇଛନ୍ତି । ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୮୩ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking