ପୁଣେ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିନାୟକ ଦାମୋଦର ସାଭରକର୍ଙ୍କ ନାତି ସାତ୍ୱିକୀ ସାଭରକର ପୁଣେରେ ଅପରାଧିକ ମାନହାନି ମୋକଦ୍ଦମା ରୁଜୁ କରିଛନ୍ତି । ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ଗତ ମାସରେ ଲଣ୍ଡନ ଗସ୍ତରେ ଯାଇଥିବା ବେଳେ ରାହୁଲ ଗାନ୍ଧୀ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ବୀର ସାଭରକର୍ ଏକ ପୁସ୍ତକରେ ଲେଖିଥିଲେ- ସେ ନିଜର ୫-୬ ବନ୍ଧୁଙ୍କ ସହିତ ଏକ ମୁସଲମାନଙ୍କୁ ପିଟିଥିଲେ ଏବଂ ଏହି ଝଗଡ଼ାର ମଜା ଉଠାଇଥିଲେ । ଏହା ସାଭରକର୍ଙ୍କ ଅପମାନ ବୋଲି ସାତ୍ୱିକୀ ଏଏନ୍ଆଇକୁ କହିଛନ୍ତି ।