24.1 C
Bhubaneswar
Friday, January 10, 2025
Homeଅପରାଧପୁଲିସକୁ କାମୁଡି ଜେଲ ଗଲେ ସୌରଭ

ପୁଲିସକୁ କାମୁଡି ଜେଲ ଗଲେ ସୌରଭ

ଭୁବନେଶ୍ୱର:ପୁଲିସକୁ ଆକ୍ରମଣ କରି କାମୁଡିଦେବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସଚିନ ସୌରଭ ମହାନ୍ତି । ତାଙ୍କ ଘର ବଡବଡ ଗ୍ରାମ ମଙ୍ଗଳା ସାହିରେ । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗତ କାଲି ଖରବେଳନଗର ଥାନା ପୁଲିସ ପାଟ୍ରୋଲିଂ ଡ୍ୟୁଟି ଶେଷ କରି ଥାନାକୁ ଫେରୁଥଲା । ୟୁନିଟ୍‌-୩ ଇପାରି ପ୍ଲାଜା, ଜନପଥରେ ଗୋଟିଏ ବିବାହ ଶୋଭାଯାତ୍ରା ଚାଲିଥିଲା । ଏହି ଶୋଭାଯାତ୍ରା ରାସ୍ତାକୁ ସଙ୍କୁଚିତ କରି ଅତିକ୍ରମ କରୁଥିଲା । ଯାହା ଉକ୍ତ ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିଲା । ପୁଲିସ ଟୀମ ଉକ୍ତ ଶୋଭାଯାତ୍ରା ନିକଟକୁ ଯାଇ ଅନୁମତି ପତ୍ରର ନକଲ ମାଗିଥିଲେ । ସେହି ସମୟରେ ୪ ରୁ ୫ ଜଣ ଲୋକ ପୁଲିସକୁ ବିରୋଧ କରି ପରିଚୟ ପତ୍ର କଣ ପାଇଁ ଦେଖାଇବେ ବୋଲି ପ୍ରଶ୍ନ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ସେମାନଙ୍କ ମଧ୍ୟରୁ କିଛି ଲୋକ ପୁଲିସକୁ ଗାଳିଗୁଲଜ କରିଥିଲେ । ପାଟ୍ରୋଲିଂ ଟୀମ ଏନେଇ ଥାନାରେ ଜଣାଇବା ପରେ ଥାନାର ଅନ୍ୟ ଟୀମ ଉକ୍ତ ସ୍ଥାନକୁ ଆସିଥିଲେ ଏବଂ ଘଟଣାକୁ ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ । ସେମାନେ ପୁଲିସକୁ ଠେଲାପେଲା କରିବା ସହତ ଅସମ୍ମାନ କରିଥିଲେ । ସେହି ସମୟରେ ଥାନାର ଜଣେ ଏଏସଆଇ ଜଗନ୍ନାଥ ମାଝିଙ୍କୁ ଅଭିଯୁକ୍ତ ସଚିନ୍ ଆକ୍ରମଣ କରିଥିଲା । ଯେତେବେଳେ ଜଗନ୍ନାଥ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସେ କାମୁଡି ଦେଇଥିଲେ । ପୁଲିସ ଟୀମ ଅଭିଯୁକ୍ତକୁ କାବୁ କରି ଥାନାକୁ ଆଣିଥିଲେ । ପଚରାଉଚରା ବେଳେ ଜଣାପଡିଥିଲା ଅଭିଯୁକ୍ତଙ୍କ ପୂର୍ବ ଅପରାଧିକ ସମ୍ପୃକ୍ତି ରହିଛି । ଯାଞ୍ଚ ବେଳେ ଅଭିଯୁକ୍ତ ଜଣକ ପୂର୍ବରୁ ବଡଗଡ ଥାନାରେ ଗୋଟିଏ ଅପରାଧିକ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଏନେଇ ଜଗନ୍ନାଥ ଥାନରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking