16.1 C
Bhubaneswar
Saturday, January 24, 2026
Homeଦେଶ ବିଦେଶସୌଗତ ରୟଙ୍କୁ ହତ୍ୟା ଧମକ

ସୌଗତ ରୟଙ୍କୁ ହତ୍ୟା ଧମକ

କୋଲକତା: ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ବରିଷ୍ଠ ସାଂସଦ ସୌଗତ୍ ରୟଙ୍କୁ ହତ୍ୟା ଧମକ ମିଳିଛି । ରିପୋର୍ଟ ଅନୁସାରେ ଅରିଆଡିହ ଅଞ୍ଚଳରେ ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିବା ତଥା ଅସଦାଚରଣ ଅଭିଯୋଗ ଆଧାରରେ ଗିରଫ ହୋଇଥିବା ଜୟନ୍ତ ସିଂହ ନାମକ ଜଣେ ସ୍ଥାନୀୟ ବାହୁବଳୀ ନେତା (ଟିଏମ୍‌ସି)ଙ୍କୁ ମୁକୁଳାଇବା ପାଇଁ ସୌଗତ୍ ରାୟଙ୍କୁ କିଛି ଦୁର୍ବୃତ୍ତ ଫୋନ୍ କରିଥିଲେ । ଯଦି ଏପରି ନହୁଏ ତେବେ ତାଙ୍କୁ (ସୌଗତ୍‌) ହତ୍ୟା କରାଯିବ ବୋଲି କୁଆଡେ ଧମକ ଦେଇଛନ୍ତି ଦୁର୍ବୃତ୍ତ । ପ୍ରକାଶ, ଗିରଫ ଜୟନ୍ତ ସିଂହ, ଟିଏମ୍‌ସି ବିଧାୟକ ମଦନ ମିତ୍ରଙ୍କ ଘନିଷ୍ଠ ତଥା ଅତ୍ୟନ୍ତ ନିକଟତର ଭାବେ ଜଣାଶୁଣା ।

ତେବେ ଜୟନ୍ତ ସିଂହଙ୍କୁ ଯଦି ମୁକ୍ତ କରାନଯାଏ ତେବେ ତାଙ୍କୁ ହତ୍ୟା କରାଯିବ ବୋଲି ଦୁର୍ବୃତ୍ତ ତାଙ୍କୁ ଫୋନ୍ କରି ଧମକ ଦିଆଯାଉଥିବା ସୌଗତ ରୟ ଅଭିଯୋଗ କରିଛନ୍ତି । ସୌଗତ୍‌ଙ୍କ କହିବାନୁସାରେ ସେ ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ତାଙ୍କ ମୋବାଇଲ୍ ନମ୍ବରରେ ଆସିଥିବା ଏକ ଫୋନ୍‌କଲ୍‌କୁ ରିସିଭ୍ କରିଥିଲେ । କିନ୍ତୁ ଫୋନ୍‌କରିଥିବା ବ୍ୟକ୍ତି ତାଙ୍କୁ ଜୟନ୍ତ ସିଂହଙ୍କୁ ମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ କହିଥିଲେ । ସେ (ସୌଗତ୍‌) ଯଦି ଏପରି ନକରନ୍ତି ତେବେ ସେମାନେ ତାଙ୍କୁ ଗୁଳିକରି ହତ୍ୟା କରିବେ ।

ଏପରିକି ଫୋନ୍‌କରିଥିବା ବ୍ୟକ୍ତି ତାଙ୍କୁ ଅରିଆଡାହ ନ ଯିବାକୁ ମଧ୍ୟ ଚେତାବନୀ ଦେଇଥିବା ସୌଗତ ରାୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିସହ କଲ୍ ଆସିଥିବା ନମ୍ବରକୁ ପୁଲିସକୁ ଦେଇଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଥାଉକି, ସୌଗତ ରୟ ଦମ୍ ଦମ୍ ଲୋକସଭା ନିର୍ବାଚନମଣ୍ଡଳୀ ସାଂସଦ । ଆଉ ଏହି ନିର୍ବାଚନମଣ୍ଡଳୀ ଅଧିନରେ ଅରିଆଡାହ ଆସୁଛି । ଜୟନ୍ତ ସିଂହ ଏହି ଅରିଆଡିହ ଅଞ୍ଚଳରେ ଜଣେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking