25.1 C
Bhubaneswar
Friday, November 22, 2024
Homeଦେଶ ବିଦେଶପାକିସ୍ତାନକୁ ୨ ବିଲିୟନ୍ ଡଲାର ଲୋନ୍ ଦେବ ସାଉଦୀ ଆରବ

ପାକିସ୍ତାନକୁ ୨ ବିଲିୟନ୍ ଡଲାର ଲୋନ୍ ଦେବ ସାଉଦୀ ଆରବ

ରିୟାଦ: ପ୍ରାୟ ୪ ମାସ ଅପେକ୍ଷା କରାଇବା ପରେ ଶେଷରେ ପାକିସ୍ତାନକୁ ୨ ବିଲିୟନ୍ ଡଲାରର ନୂଆ ଲୋନ୍ ଦେବାକୁ ସାଉଦୀ ଆରବ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ପରେ ଆଇଏମ୍‌ଏଫ୍ ଲୋନ୍ କିସ୍ତି ଜାରି କରିବ ବୋଲି ପାକିସ୍ତାନ ସରକାର ଆଶା କରିଛନ୍ତି । ସୂଚନାଯୋଗ୍ୟ, ଆଇଏମ୍‌ଏଫ୍ ସହିତ ମିଟିଂ ପାଇଁ ପାକିସ୍ତାନ ଅର୍ଥମନ୍ତ୍ରୀଙ୍କୁ ଶୁକ୍ରବାର ୱାଶିଂଟନ୍ ଯିବାର ଥିଲା । ମାତ୍ର ଦେଶରେ ଜାରି ରାଜନୈତିକ ହଟଚମଟ କାରଣରୁ ସେ ଏହି ଗସ୍ତ ରଦ୍ଦ କରିଦେଇଛନ୍ତି । ଏହି ମିଟିଂ ପରେ ପାକିସ୍ତାନକୁ ୧.୨ ବିଲିୟନ୍ ଡଲାରର କିସ୍ତି ଜାରି କରାଯିବାର ସମ୍ଭାବନା ରହିଥିଲା ।

ସାଉଦୀ କ୍ରାଉନ୍ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ୍ ଚାରିମାସ ତଳେ ପାକିସ୍ତାନକୁ ୨ ବିଲିୟନ୍ ଡଲାର ଲୋନ୍ ଦେବେ ବୋଲି ପକ୍ ଶାହବାଜ ସରିଫ୍‌ଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଶାହବାଜ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ପ୍ରିନ୍ସ ସଲ୍‌ମାନ୍ ପ୍ରତିଶ୍ରୁତି ପୂରଣ କରିନଥିଲେ । ଏହାପରେ ଆର୍ମି ଚିଫ୍ ସାଉଦୀ ଗସ୍ତରେ ଯାଇ ପୁଣି ସହାୟତା ମାଗିଥିଲେ । ଏହାର ଦୁଇମାସ ପରେ ମଧ୍ୟ ସାଉଦୀ ଆରବ ଲୋନ୍ ଦେଇନଥିଲା । ସାଉଦୀ ଆରବ ନିଜ ଅର୍ଥର ଗ୍ୟାରେଣ୍ଟି ମାଗୁଥିବା ଗତମାସରେ ପାକିସ୍ତାନ ମିଡିଆରେ ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking