26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶସତ୍ୟେନ୍ଦ୍ରଙ୍କ ଅନ୍ତରୀଣ ଜାମିନ ୧୧ ପର୍ଯ୍ୟନ୍ତ ବୃଦ୍ଧି

ସତ୍ୟେନ୍ଦ୍ରଙ୍କ ଅନ୍ତରୀଣ ଜାମିନ ୧୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ:  ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଅନ୍ତରୀଣ ଜାମିନ ମିଆଦକୁ ସୁପ୍ରିମ୍‌କୋର୍ଟ ଚଳିତମାସ ୧୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ ଖାରଜ ହେବାପରେ ସତ୍ୟେନ୍ଦ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ମେଡିକାଲ ଗ୍ରାଉଣ୍ଡରେ ସୁପ୍ରିମକୋର୍ଟ ଗତ ମେ’ ୨୬ରେ ତାଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ପୁଣି ବୃଦ୍ଧି କରାଯାଇଥିଲା ।

ଜଷ୍ଟିସ ବେଲା ତ୍ରିବେଦୀ ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୋମବାର ମାମଲାର ଶୁଣାଣି ହୋଇଥିଲା । ତେବେ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ ଏ.ଏସ.ବୋପନ୍ନା ଅନୁପସ୍ଥିତ ଥିବାରୁ ସତ୍ୟେନ୍ଦ୍ରଙ୍କ ଅନ୍ତରୀଣ ଜାମିନକୁ ୧୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ ୨୦୨୨ ମେ’ ୩୦ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସତ୍ୟେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking