17.7 C
Bhubaneswar
Friday, December 27, 2024
Homeଖେଳଥାଇଲାଣ୍ଡ ଓପନ୍ ଫାଇନାଲ୍‌ରେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ଥାଇଲାଣ୍ଡ ଓପନ୍ ଫାଇନାଲ୍‌ରେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ଶଟ୍‌ଲର୍ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ଥାଇଲାଣ୍ଡ୍ ଓପନ୍‌ର ପୁରୁଷ ଡବଲ୍ସ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଶନିବାର ଅନୁଷ୍ଠିତ ସେମିଫାଇନାଲ୍‌ରେ ବିଶ୍ୱ ନଂ.୩ ଯୋଡ଼ି ତାଇୱାନ୍‌ର ଲୁ ମିଙ୍ଗ୍‌-ଚେ ଓ ତାଙ୍ଗ୍ କାଇ-ୱେଇଙ୍କ ଯୋଡ଼ିକୁ ୨୧-୧୧, ୨୧-୧୨ରେ ହରାଇ ଦେଇଛି । ଟପ୍ ସିଡ୍ ଭାରତୀୟ ଯୋଡ଼ି ଦ୍ୱିତୀୟ ଗେମ୍‌ରେ କିଛିଟା ତ୍ରୁଟିକୁ ଛାଡ଼ିଦେଲେ ପ୍ରଥମରୁ ମ୍ୟାଚ୍ ଉପରୁ ନିୟନ୍ତ୍ରଣ ହରାଇ ନଥିଲେ ଏବଂ ୩୫ ମିନିଟ୍ ମଧ୍ୟରେ ମ୍ୟାଚ୍‌କୁ ନିଜ ନାମରେ କରିନେଇଥିଲେ । ଦ୍ୱିତୀୟ ଗେମ୍‌ର ପ୍ରଥମାର୍ଦ୍ଧରେ ତାଇୱାନ୍ ଯୋଡ଼ି ଆଗୁଆ ରହିଥିଲେ ମଧ୍ୟ ଲଗାତାର ୭ ଗେମ୍ ପଏଣ୍ଟ୍ ହାସଲ କରି ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଯୋଡ଼ି ୧୭-୧୦ରେ ଆଗୁଆ ହୋଇଥିଲେ । ଭାରତୀୟ ଯୋଡ଼ି ରବିବାରର ଫାଇନାଲ୍‌ରେ ଚୀନ୍‌ର ଚେନ୍ ବୋ ୟାଙ୍ଗ୍ ଏବଂ ଲିଉ ୟି’ଙ୍କ ଚୀନ୍ ଯୋଡ଼ିକୁ ଭେଟିବ । ଅନ୍ୟ ଏକ ସେମିଫାଇନାଲ୍‌ରେ ଚୀନ୍ ଯୋଡ଼ି ସାଉଥ୍ କୋରିଆର କିମ୍ ଗି ଜଙ୍ଗ୍ ଓ କିମ୍ ସା ରାଙ୍ଗ୍‌ଙ୍କ ଯୋଡ଼ିକୁ ୨୧-୧୯, ୨୧-୧୮ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି । ସେହିପରି ତନିଷା କାଷ୍ଟୋ ଓ ଅଶ୍ୱିନୀ ପୋନାପ୍ପାଙ୍କ ଭାରତୀୟ ଯୋଡ଼ି ମହିଳା ଡବଲ୍ସ ସେମିଫାଇନାଲ୍‌ରେ ପ୍ରବେଶ କରିଛି । ସେମାନେ ଥାଇଲାଣ୍ଡ୍‌ର ଜୋଙ୍ଗକୋଲ୍‌ଫାନ୍ କିତିଥାରୁକୁଲ୍ ଓ ରାୱିନ୍ଦା ପ୍ରାଜୋଙ୍ଗଜାଇଙ୍କୁ ଭେଟିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking