34.1 C
Bhubaneswar
Saturday, May 18, 2024
Homeଅପରାଧସଇତାନ୍ ସ୍ୱାମୀ: ସ୍ତ୍ରୀକୁ ପଥରରେ ଛେଚି କଲା ହତ୍ୟା

ସଇତାନ୍ ସ୍ୱାମୀ: ସ୍ତ୍ରୀକୁ ପଥରରେ ଛେଚି କଲା ହତ୍ୟା

ଗଜପତି : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପଥରରେ ଛାଚି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଭଲିଆଗଣି ଗାଁରେକ୍ଷ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ଭଲିଆଗଣି ଗାଁର ସୁକାନ୍ତି ନାୟକଙ୍କୁ ଗତ ୮ ବର୍ଷ ତଳେ ବିବାହ କରିଥିଲେ ମଳାସପଦରର ଭଗବାନ ନାୟକ । ବିବାହ ପରେ ଭଗବାନ ସ୍ତ୍ରୀଙ୍କ ସହିତ ନିଜ ଶ୍ୱଶୁର ଘରେ ରହୁଥିଲେ । ହେଲେ ଗତକାଲି ସନ୍ଧ୍ୟାରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କକ୍ଷରଣକୁ ନେଇ ବଚସା ହୋଇଥଲା । ପରେ ଏଥିରେ ଉତ୍ୟକ୍ତ ହୋଇ ଭଗବାନ ନିଜ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଥିଲା । ଏନେଇ ସୁକାନ୍ତିର ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିବା ସହ ମୃତଦେହ ଉଦ୍ଧାର କରିଛି । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking