35 C
Bhubaneswar
Tuesday, June 25, 2024
Homeଦେଶ ବିଦେଶସାନୋଫି, ଗ୍ଲାକ୍ସୋକୁ ଟିକା ପରୀକ୍ଷଣ ଅନୁମତି

ସାନୋଫି, ଗ୍ଲାକ୍ସୋକୁ ଟିକା ପରୀକ୍ଷଣ ଅନୁମତି

ନୂଆଦିଲ୍ଲୀ:  କୋଭିଡ୍ ଟିକା ପରୀକ୍ଷଣ କରିବାକୁ ଭାରତ ସରକାର ଗୁରୁବାର ଦୁଇ ବିଦେଶୀ କମ୍ପାନୀ ସାନୋଫି ଓ ଗ୍ଲାକ୍ସୋସ୍ମିଥ୍‌କ୍ଲିନ୍ (ଜିଏସ୍‌କେ)କୁ ଅନୁମତି ପ୍ରଦାନ କରିଛନ୍ତି । ଫ୍ରାନ୍ସର ସାନୋଫି ଓ ବ୍ରିଟେନର ଗ୍ଲାକ୍ସୋ ଚଳିତବର୍ଷ ମେ’ରୁ ଅନ୍ୟାନ୍ୟ ରାଷ୍ଟ୍ରରେ ୩୫,୦୦୦ ଲୋକଙ୍କ ଶରୀରରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା ପରୀକ୍ଷଣ କରିସାରିଛନ୍ତି । ଏହି ପରୀକ୍ଷା ଆଶାତୀତ ସଫଳତା ହାସଲ କରିଥିବାରୁ ୨୦୨୧ ଶେଷ ସୁଦ୍ଧା ଭାରତକୁ ଟିକା ବିକ୍ରି କରିପାରିବେ ବୋଲି ଆଶା ରଖିଛନ୍ତି ।

ଭାରତରେ ପରୀକ୍ଷଣ ନିମନ୍ତେ ୧୮ରୁ ୫୫ ବର୍ଷ ବୟସ ମଧ୍ୟରେ ୩୦୦୦ ଲୋକଙ୍କୁ ଟିକା ଦିଆଯିବାକୁ ଯୋଜନା କରାଯାଇଛି । ତେବେ କୋଭିଡ୍‌ର ବିଭିନ୍ନ ଭାରିଆଣ୍ଟ୍ ବର୍ତ୍ତମାନ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରୁଥିବାରୁ ଏହି ବିଦେଶୀ ଟିକା କେତେଦୂର ଫଳପ୍ରଦ ପ୍ରମାଣିତ ହେବ ସେଥିନେଇ ଡ୍ରଗସ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ ଆଶଙ୍କା ପ୍ରକାଶ କରିଛନ୍ତି । ଅପରପକ୍ଷରେ କୋଭିଡ୍‌ର ପରିବର୍ତ୍ତିତ ସ୍ଥିତିକୁ ନେଇ କମ୍ପାନୀ ଟିକାର ବିକାଶ ଦିଗରେ କାର୍ଯ୍ୟ କରୁଛି ବୋଲି ଭାରତରେ କାର୍ଯ୍ୟରତ ସାନୋଫିର କଣ୍ଟ୍ରି ହେଡ୍ ଅନ୍ନପୂର୍ଣ୍ଣା ଦାସ କହିଛନ୍ତି । ଭାରତରେ ଏହାକୁ ବୁଷ୍ଟର ଡୋଜ୍ ଭାବେ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking