39.4 C
Bhubaneswar
Thursday, April 18, 2024
Homeଓଡିଶା୭ବର୍ଷର ନାବାଳିକାକୁ ନିର୍ଯାତନା : ବାପା ଓ ସାବତ ମା’ ଅଟକ

୭ବର୍ଷର ନାବାଳିକାକୁ ନିର୍ଯାତନା : ବାପା ଓ ସାବତ ମା’ ଅଟକ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳର ୭ବର୍ଷର ନାବାଳିକାକୁ ନିର୍ଯାତନା ଦେବା ଘଟଣାକୁ ଚାଇଲ୍ଡଲାଇନ୍ ଗୁରୁତର ସହ ନେଇଛି । ଏନେଇ ନିର୍ଯାତନା ଦେଉଥିବା ବାପା ଓ ସାବତ ମା’ ବିରୋଧରେ ବାଲିପାଟଣା ଥାନାରେ ଝିଅର ଅଜା ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ବାପା ଓ ସାବତ ମା’ଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ଏହାସହ ଘଟଣା ସମ୍ପର୍କରେ ଚାଇଲ୍ଡଲାଇନ୍ ନିର୍ଦ୍ଦେଶକ ବେଣୁଧର ସେନାପତି ଭୁବନେଶ୍ୱର ଡିସିପି, ଓଏସ୍‌ସିପିସିଆର୍ ଅଧ୍ୟକ୍ଷ, ଡିସିପିଓ ଖୋର୍ଦ୍ଧା, ସିଡବ୍ଲ୍ୟୁସି ଖୋର୍ଦ୍ଧାଙ୍କୁ ଅବଗତ କରାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସମ୍ପୃକ୍ତ ନାବାଳିକା ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ଅନୁଯାୟୀ, ବାଲିପାଟଣା ଅଞ୍ଚଳରେ ଜଣେ ୭ବର୍ଷର ନାବାଳିକାକୁ ସାବତ ମା’ ଓ ବାପା ନିର୍ଯାତନା ଦେବା ସହ ପେଟପୁରା ଖାଇବାକୁ ଦେଉନଥିଲେ ।  କେତେବେଳେ ନାବାଳିକା ଉପରକୁ ଗରମ ପାଣି ପକାଉଥିଲେ ତ ପୁଣି କେବେ ନିସ୍ତୁକ ମାଡ଼ ମାରୁଥିଲେ । ଏମିତିକି ଘର ବାହାରେ ଶୁଆଇବା ସହ ଭାତ, ଲୁଣ ଖାଇବାକୁ ଦେଉଥିଲେ । ନାବାଳିକା ଜଣକ ଏଭଳି ନିର୍ଯାତନା ଗତ ୧ବର୍ଷ ହେବ ସହି ଆସୁଥିଲେ । ନାବାଳିକାର ବାପା ୩ଟି ବାହା ହୋଇଛନ୍ତି । ସମ୍ପୃକ୍ତ ନାବାଳିକା ଜଣକ ତୃତୀୟ ସ୍ତ୍ରୀ’ର ଝିଅ । ତେବେ ତୃତୀୟ ସ୍ତ୍ରୀଙ୍କ ସହିତ ବିବାହ ବିଚ୍ଛେଦ ହେବା ପରେ ନାବାଳକ ତାଙ୍କ ବାପା ପାଖେ ରହୁଥିଲେ । ହେଲେ ତାଙ୍କ ବାପା ପୁଣି ବିବାହ କରିବାରୁ ସାବତ ମା’ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲା । ଏସମ୍ପର୍କରେ ଖବର ପାଇ ନାବାଳିକାଙ୍କ ନିଜ ମା’ ରିଜ୍‌ୱାନା ପରୱିନ୍ ଝିଅକୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏସମ୍ପର୍କରେ ଚାଇଲ୍ଡଲାଇନ୍ ଖବରପାଇ ନାବାଳିକାର ଭଲମନ୍ଦ ବୁଝିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking