34.1 C
Bhubaneswar
Friday, October 18, 2024
Homeଓଡିଶାନବୀନ ନିବାସ ଗଲେ ସଂଞ୍ଜୟ-ଉମା

ନବୀନ ନିବାସ ଗଲେ ସଂଞ୍ଜୟ-ଉମା

ଭୁବନେଶ୍ୱର : ଶଙ୍ଖ ଭବନରେ ସମାଧାନ ହେଲାନି ସତ୍ୟବାଦୀ କଳି । ନବୀନ ନିବାସ ଗଲେ ସଂଞ୍ଜୟ ଦାସବର୍ମା ଏବଂ ଉମା ସାମନ୍ତରାୟ । କାହାର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଉମା ସାମନ୍ତରାୟ ନା ସଞ୍ଜୟ ଦାସବର୍ମା ତାକୁ ନେଇ ତେଜିଛି କଳି । ସଂଞ୍ଜୟ ଦାସବର୍ମାଙ୍କ ଭିଡିଓ ଭାଇରାଲ ପରେ ଆଜି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ଉମା ସାମନ୍ତରାୟ  । କଡ଼ା ଟିପ୍ପଣୀ କହିଛନ୍ତି କିଏ କ’ଣ କହିଲା ସେଥିରେ ତାଙ୍କର ଯାଏ ଆସେ ନାହିଁ । ଦଳର ସୁପ୍ରିମୋ କିଛି ଟିକେଟ ଘୋଷଣା କରିନାହାଁନ୍ତି । କିଏ ମନକୁ ମନ କେଉଁ କଥା କହିଦେବ ସେ କଥାକୁ ନେଇ ସତ୍ୟବାଦୀ ଲୋକେ ଭ୍ରମିତ ହେବେ ନାହିଁ ।ଏହା ସହ ନିଜ ସଙ୍ଗଠନ ସମ୍ପର୍କରେ ସୂଚନା ଦେଇ ଉମା କହିଛନ୍ତି ସତ୍ୟବାଦୀ ତାଙ୍କ ଜନ୍ମସ୍ଥାନ । ଏଠାରେ ସେ ସଙ୍ଗଠନ କରିଛନ୍ତି । ୱାର୍ଡ ସ୍ତରରୁ ସଂଗଠନକୁ ସୁଦୃଢ କରିଛନ୍ତି । ସ୍ୱାଧୀନ ଭାବେ ତିନି ଥର ଜିଲ୍ଲା ପରିଷଦ, ବିଧାୟକ ବି ହୋଇଛି । ୨୦୧୯ରେ ସତ୍ୟବାଦୀରେ ବିଜୁ ଜନତା ଦଳ ପକ୍ଷରୁ ସେ ଖାତା ଖୋଲିଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking