ଯାଜପୁର: ସାରା ରାଜ୍ୟରେ ଆତଙ୍କ ଖେଳାଉଛି ଡେଙ୍ଗୁ ମ୍ୟାଲେରିଆ । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଯାହାକି ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଉଛି । ଏହାକୁ ପ୍ରତିହତ କରିବାର ଲାଗି ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି । ଏହି ଅବସରରେ ଆଜି ଯାଜପୁର ବ୍ଲକ ସୁଜନପୁର ପଂଚାୟତରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।