19.1 C
Bhubaneswar
Tuesday, November 19, 2024
Homeକରୋନାସାଙ୍ଘାଇରେ ତାଲାବନ୍ଦ, ଲୋକେ ପଶୁ ଭଳି ବନ୍ଦୀ

ସାଙ୍ଘାଇରେ ତାଲାବନ୍ଦ, ଲୋକେ ପଶୁ ଭଳି ବନ୍ଦୀ

ବେଜିଂ : ଚୀନର ସାଙ୍ଘାଇ ସହରରେ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିବା ତାଲାବନ୍ଦକୁ ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଯେପରି ଘର ନ ବାହାରି ପାରିବେ ସେଥିଲାଗି ପ୍ରଶାସନ ସହରର ପ୍ରତି ଗଳିକନ୍ଦିରେ ଲୁହା ବାଡ ପକାଇଛି। ପ୍ରତି ଆପାର୍ଟମେଣ୍ଟ ପ୍ରବେଶ ପଥରେ ୨ମିଟର ଉଚ୍ଚର ବାଡ ପକାଯାଇଛି।

ସେହିପରି ପ୍ରତି ଗଳି ଓ କନ୍ଦିର ପ୍ରବେଶ ଓ ପ୍ରସ୍ଥାନ ରାସ୍ତାକୁ ୨ମିଟର ଉଚ୍ଚର ଲୁହାବାଡ ପକାଯାଇଛି। ପ୍ରଶାସନର ଏପରି କାର୍ଯ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଏହା ବିରୋଧରେ ଲୋକେ ପ୍ରତିବାଦ କରିଛନ୍ତି। ୱିବୋ ସୋସିଆଲ ମିଡିଆର ଜଣେ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଲୁହାବାଡ ମଧ୍ୟରେ ଆବଦ୍ଧ କରାଯାଇ ପଶୁ ଭଳି ରଖାଯାଇଛି।

୨.୫କୋଟି ଜନସଂଖ୍ୟା ବିଶିଷ୍ଟ ସହରରେ ମାସାଧିକ କାଳ ତାଲାବନ୍ଦ କଟକଣା ଲାଗୁ କରାଯାଇଛି। ଲୋକେ ଖାଦ୍ୟ ଓ ଅତ୍ୟାବଶ୍ୟକ ଜିନିଷ ପାଇପାରୁ ନାହାନ୍ତି। ଏହାକୁ ନେଇ ପୂର୍ବରୁ ମଧ୍ୟ ସହରବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking