28.1 C
Bhubaneswar
Sunday, September 22, 2024
Homeଅପରାଧସାଙ୍ଗର ନାବାଳିକା ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରୁଥୁଲା ସାଙ୍ଗ....

ସାଙ୍ଗର ନାବାଳିକା ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରୁଥୁଲା ସାଙ୍ଗ….

ନୂଆଦିଲ୍ଲୀ: ସାଙ୍ଗର ୧୪ ବର୍ଷୀୟା ନାବାଳିକା ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରୁଥୁଲା ସାଙ୍ଗ । ନାବାଳିକା ଜଣକ ଦ୍ୱାଦଶ ଶ୍ରେଣୀର ଛାତ୍ରୀ । ୨୦୨୦ ମସିହାରେ ତାଙ୍କ ପିତାଙ୍କ ଦେହାନ୍ତ ହେବାପରେ ଅଭିଯୁକ୍ତ ନାବାଳିକାଙ୍କୁ ନିଜ ଘରକୁ ନେଇ ଆସିଥିଲେ । ସାଙ୍ଗର ଝିଅକୁ ନିଜ ଝିଅ ଭାବେ କହି ଘରକୁ ଆଣି ତାକୁ ମାସ ମାସ ଧରି ଦୁଷ୍କର୍ମ କରୁଥିଲେ । ଅଭିଯୋଗ ଅନୁସାରେ, ୨୦୨୦ରୁ ୨୦୨୧ ମଧ୍ୟରେ ଅନେକ ଥର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା । ନାବାଳିକା ଜଣକ ଯେତେବେଳେ ଗର୍ଭବତୀ ହେଲେ, ଅଭିଯୁକ୍ତ ଜଣକ ଏସମ୍ପର୍କରେ ପତ୍ନୀଙ୍କୁ ଜଣାଇଥିଲେ ।

ତେବେ ମହିଳା ଜଣକ ନାବାଳିକାଙ୍କୁ ସାହାଯ୍ୟ କରିବା ବଦଳରେ ନିଜ ସ୍ୱାମୀଙ୍କ ସାଥ୍ ଦେଇଥିଲେ ଓ ପୁଅ ହାତରେ ଔଷଧ ମଗାଇ ନାବାଳିକାଙ୍କ ଗର୍ଭପାତ କରାଇଥିଲେ । ସମ୍ପୃକ୍ତ ନାବାଳିକା ଥାନାରେ ଅଭିଯୋଗ କରିବା ପରେ ଏ ଘଟଣାର ପର୍ଦ୍ଦାଫାସ ହୋଇଥିଲା । ଆଉ ସବୁଠୁ ବଡ଼ କଥା ହେଉଛି ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଜଣେ ବଡ଼ ସରକାରୀ ଅଧିକାରୀ । ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଭାବେ ସେ କାର୍ଯ୍ୟରତ ଅଛନ୍ତି । ଏନେଇ ଉକ୍ତ ଅଧିକାରୀଙ୍କ ବିରୋଧରେ ପସ୍କୋ ଆଇନ୍ ଅନୁଯାୟୀ ପୋଲିସ ମାମଲା ରୁଜୁ କରିଛି । ଅଧିକାରୀଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି । ସେ ନାବାଳିକାଙ୍କୁ ଦୁର୍ବ୍ୟବହାର କରିବାରେ ଓ ସ୍ୱାମୀଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି । ଦିଲ୍ଲୀ ପୋଲିସ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଆସିଥିବା ଏଭଳି ସଙ୍ଗୀନ ଅଭିଯୋଗର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking