28.1 C
Bhubaneswar
Monday, June 23, 2025
Homeବିଜିନେସ୍ଭାରତପେ ସିଇଓ ପଦରୁ ସମୀରଙ୍କ ଇସ୍ତଫା

ଭାରତପେ ସିଇଓ ପଦରୁ ସମୀରଙ୍କ ଇସ୍ତଫା

ନୂଆଦିଲ୍ଲୀ : ଡିଜିଟାଲ ପେମେଣ୍ଟ ଆପ୍ କମ୍ପାନୀ ଭାରତପେ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁହେଲ ସମୀର ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଜାନୁଆରୀ ୭ରୁ ସମୀର ସିଇଓ ପରିବର୍ତ୍ତେ ଷ୍ଟ୍ରାଟେଜିକ୍ ପରାମର୍ଶଦାତାଭାବେ କାର୍ଯ୍ୟ କରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ୨୦୨୧ ଅଗଷ୍ଟରେ ସମୀରଙ୍କୁ ସିଇଓ ପଦରେ ନିଯୁକ୍ତ କରାଯାଇଥିଲା । ସିଇଓ ପଦ ଛାଡିବାର କାରଣ ସମ୍ପର୍କରେ ସମୀର କିମ୍ବା କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ବର୍ତ୍ତମାନ ଚିଫ୍ ଫାଇନାନ୍ସିଆଲ ଅଫିସରଭାବେ କାର୍ଯ୍ୟରତ ନଳିନୀ ନେଗିଙ୍କୁ କାମଚଳା ସିଇଓ ଦାୟିତ୍ୱ ଦିଆଯାଇଛି । ସୂଚନାଯୋଗ୍ୟ କମ୍ପାନୀ ଅର୍ଥ ହେରଫେର ଅଭିଯୋଗରେ ଭାରତପେ’ର ସହ-ପ୍ରତିଷ୍ଠାତା ଅଶନିର ଗ୍ରୋଭର ଓ ତାଙ୍କ ପତ୍ନୀ ମାଧୁରୀଙ୍କୁ ଗତବର୍ଷ ବିଦା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking