ସମ୍ବଲପୁର : ମହାନଦୀ ଶଯ୍ୟା ହୀରାକୁଦ ତଳ ଅଂଚଳକୁ ସତର୍କ ସୂଚନା । ସତର୍କ କରାଇଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ହୀରାକୁଦ ଡ୍ୟାମର ୨୦ ଟି ଗେଟ ଖୋଲା ଯାଇଛି । ତଳ ଅଂଚଳକୁ ଜଳ ପ୍ରବାହ ତୀବ୍ର ରହିଛି । ସତର୍କ ରହିବା ପାଇଁ ଜିଲ୍ଲାପାଳ କହିଛନ୍ତି । ନଦୀ ତଳ ଅଂଚଳରେ ନଦୀକୁ ନ ଯିବାକୁ କହିଲେ ଜିଲ୍ଲାପାଳ । ଲୋକଙ୍କୁ ସତର୍କ କରିବାକୁ ମାଇକ ଯୋଗେ ପ୍ରଚାର ହୋଇଛି । ଆବଶ୍ୟକ ହେଲେ ସ୍ଥାନାନ୍ତରଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ।