ନୂଆଦିଲ୍ଲୀ : ସାମନ୍ଥାଙ୍କର ଆଜି ଇଣ୍ଡଷ୍ଟ୍ରିରେ କୌଣସି ପରିଚୟର ଆବଶ୍ୟକତା ନାହିଁ। ଅଭିନେତ୍ରୀଙ୍କ ଫ୍ୟାନ୍ ଫଲୋଇଙ୍ଗ ତାଲିକା ମଧ୍ୟ ବହୁତ ଲମ୍ବା। ଏହି କାରଣରୁ ସୋସିଆଲ ମିଡିଆରେ ପ୍ରତିଦିନ ତାଙ୍କର ନୂଆ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଆପଣ ଜାଣନ୍ତି କି ସାମନ୍ଥା ତାଙ୍କର ଗୋଟିଏ ଇନଷ୍ଟାଗ୍ରାମ୍ ପୋଷ୍ଟରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି।
ସାମନ୍ଥା ସାଉଥ୍ ସୁପରଷ୍ଟାର ନାଗାର୍ଜୁନାଙ୍କ ବହୂ ବା ନାଗା ଚୈତନ୍ୟଙ୍କ ପୂର୍ବତନ ପତ୍ନୀ। ତେବେ ଗତ ବର୍ଷ ଦୁହେଁ ଅଲଗା ହୋଇଯାଇଛନ୍ତି। ଯେଉଁଥିପାଇଁ ଅଭିନେତ୍ରୀ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଆସିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ସାମନ୍ଥାଙ୍କ ଲୋକପ୍ରିୟତା ବହୁତ ବୃଦ୍ଧି ପାଇଛି। ଅଭିନେତ୍ରୀ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ସାମନ୍ଥା ପ୍ରତିଦିନ ଇନଷ୍ଟାଗ୍ରାମରେ ନିଜର ନୂଆ ଫଟୋ ଭିଡିଓ ସେୟାର କରନ୍ତି। ଯେଉଁଥିରେ ସେ ଅଧିକାଂଶ ବ୍ରାଣ୍ଡର ପ୍ରମୋସନ କରୁଥିବା ମଧ୍ୟ ଦେଖାଯାଏ। ନିକଟରେ ସାମନ୍ଥା ଇନଷ୍ଟାଗ୍ରାମରେ ବିକିନିରେ ଏକ ଫଟୋ ସେୟାର କରିଛନ୍ତି। ସେ ସୋସିଆଲ ମିଡିଆରେ ଏହି ବିକିନି ବ୍ରାଣ୍ଡର ପ୍ରମୋସନ ପାଇଁ କୋଟି କୋଟି ଟଙ୍କା ଆଦାୟ କରିଛନ୍ତି। ଖବର ଅନୁଯାୟୀ, ଇନଷ୍ଟାଗ୍ରାମରେ ଏହି ବ୍ରାଣ୍ଡଗୁଡିକ ପୋଷ୍ଟ କରିବା ଏବଂ ପ୍ରମୋସନ କରିବା ପାଇଁ ସାମନ୍ଥା ପ୍ରାୟ ୨ ରୁ ୩ କୋଟି ଟଙ୍କା ନେଇଛନ୍ତି।