ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ଛାତ୍ରୀଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଚାକିରି ଖୋଜିବାକୁ ଯାଇ ଫସିଗଲେ ଛାତ୍ରୀ ଜଣକ । ମଧ୍ୟପ୍ରଦେଶରେ ଗୁନା ସହରରେ ବିକ୍ରି ହୋଇଥିବା ସୂଚନା ସାମ୍ନାକୁ ଆସିଚି । ୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲେ ଛାତ୍ରୀ ଏବଂ ବିବାହ ପାଇଁ ମଧ୍ୟ ବାଧ୍ୟ କରାଯାଇଥିଲା । ଅମଙ୍ଗ ହେବାରୁ ମାନସିକ, ଶାରୀରିକ ନିଯ୍ରାତନା ଦିଆଯାଇଥିଲା । ଜବରଦସ୍ତ ଶାରୀରିକ ସମ୍ପର୍କ ରଖାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଜରୁରୀ କାଗଜପତ୍ର, ଏଟିଏମ୍ ଦେଉନାହାନ୍ତି । ମନମୁଣ୍ଡା ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି ।