32.1 C
Bhubaneswar
Saturday, October 19, 2024
Homeଓଡିଶାମୃତ୍ୟୁ ବ୍ୟକ୍ତିଙ୍କୁ ଜୀବିତ ଦେଖାଇ ଜାଗା ବିକ୍ରି, ଥାନାରେ ମାମଲା

ମୃତ୍ୟୁ ବ୍ୟକ୍ତିଙ୍କୁ ଜୀବିତ ଦେଖାଇ ଜାଗା ବିକ୍ରି, ଥାନାରେ ମାମଲା

ବ୍ରହ୍ମପୁର: ପୂର୍ବରୁ ବ୍ରହ୍ମପୁର ସବ୍‌ରେଜିଷ୍ଟ୍ରରା କାର୍ଯ୍ୟାଳୟରେ ମୃତୁ ବ୍ୟକ୍ତଙ୍କୁ ଜୀବିତ ଦେଖାଇ ଜାଗା ବିକ୍ରି ହୋଇଥିବା ବେଳେ ପୁଲିସ ଏହି ଘଟଣାରେ କିଛି ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଏହାର କିଛି ମାସ ପରେ ଏବେ ପୁଣି ସମାନ ଘଟଣା ସାମ୍ନାକୁ ଆସିଛି । ଗତ ୪ ବର୍ଷ ପୂର୍ବେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ନାମରେ ଥିବା ଜମିକୁ ଅନ୍ୟ ଦୁଇ ଜଣ ବ୍ୟକ୍ତିଙ୍କୁ ବିକ୍ରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ମୃତ ନରସିଂହ ପ୍ରସାଦ ପାଢ଼ୀଙ୍କ ସ୍ତ୍ରୀ ଭାରତି କୁମାର ପାଢ଼ୀ(୮୦) ।

ଅଭିଯୋଗ କ୍ରମେ ପୁଲିସ କେସ ନଂ ୧୬୯/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ ଟାଉନ ଥାନା ଅନ୍ତର୍ଗତ ବିଜିପୁର ତୋଟା ସାହି ପ୍ରଥମ ଗଳିର ଭାରତି କୁମାର ପାଢ଼ୀଙ୍କ ସ୍ୱାମୀ ନରସିଂହ ପ୍ରସାଦ ପାଢ଼ୀ ଜୀବିତ ଥିବା ସମୟରେ ଅର୍ଥାତ୍ ଆଜକୁ ୨୩ ବର୍ଷ ପୂର୍ବେ ଏକ ଜାଗା କିଣି ଥିଲେ । ସେ ବ୍ରହ୍ମପୁର ତହସିଲ ଅନ୍ତର୍ଗତ ଖୋଡ଼ାସିଙ୍ଗ ମୌଜାରୁ ୦.୦୮୨ ଡ଼େସିମିଲ୍ ଜାଗ ୨୯ ମାର୍ଚ୍ଚ ୧୯୯୯ରେ କ୍ରୟ କରିଥିଲେ । ଏହାର କିଛି ବର୍ଷ ପରେ ଅର୍ଥାତ୍ ୧୯ ଜୁନ୍ ୨୦୧୯ରେ ନରସିଂହ ପ୍ରସାଦ ପାଢ଼ୀଙ୍କ ମୃତ୍ୟୁ ଘଟିଥିଲା ।

ତାଙ୍କ ସ୍ୱାମୀଙ୍କ ନାମରେ ଥିବା ଉକ୍ତ ଜାଗାକୁ କିଛି ଦଲାଲ ଅନ୍ୟ ଜଣଙ୍କୁ ବିକ୍ରି କରିଥିବା ନେଇ ସ୍ତ୍ରୀ ଭାରତି ଜାଣିବାକୁ ପାଇଥିଲେ । ଏହା ପରେ ସେ ବ୍ରହ୍ମପୁର ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ପଚରା ଉଚରା ବେଳେ ମୃତ ସ୍ୱାମୀ ନାମରେ ଥିବା ୦.୦୮୨ ଡ଼େସିମିଲ୍ ଜାଗାଟି ୧୩ ମେ’ ୨୦୨୨ରେ ଦୁଇ ଜଣଙ୍କୁ ବ୍ୟକ୍ତି ବିକ୍ରି ହୋଇଥିବା ନେଇ ସେ ଜାଣିବାକୁ ପାଇଥିଲେ । ତାଙ୍କ ସ୍ୱାମୀଙ୍କୁ ଜୀବିତ ଦେଖାଇ କିଛି ଦଲାଲ୍ ଉକ୍ତ ଜାଗାରୁ ୦.୦୪୧ ଡ଼େସିମିଲ୍ ବସନ୍ତ କୁମାର ପାଳଙ୍କୁ ବିକ୍ରି କରିଥିବା ବେଳେ ୦.୦୪୧ ଡ଼େସିମିଲ୍ ସଞ୍ଜୟ କୁମାର ବେହେରାଙ୍କୁ ବିକ୍ରି ହୋଇଛି ।

ସ୍ୱାମୀ ନରସିଂହ ପ୍ରସାଦଙ୍କ ମୃତ୍ୟୁ ହୋଇଥିବା ଜାଣି କିଛି ଦଲାଲ ଓ କାର୍ଯ୍ୟାଳୟର କିଛି କର୍ମଚାରୀମାନେ ତାଙ୍କ ସ୍ୱାମୀଙ୍କ ନାମରେ ମିଥ୍ୟା ଦଲିଲ୍ ପ୍ରସ୍ତୁତ କରି ଉକ୍ତ ଜମି ବିକ୍ରି କରିଥିବା ନେଇ ସ୍ତ୍ରୀ ଭାରତି ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଏକ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking