31.1 C
Bhubaneswar
Sunday, May 19, 2024
Homeମନୋରଞ୍ଜନ‘ସଲାର’ ରିଲିଜର ୩ୟ ଦିନରେ ପାର କଲା ୨୦୦ କୋଟି

‘ସଲାର’ ରିଲିଜର ୩ୟ ଦିନରେ ପାର କଲା ୨୦୦ କୋଟି

ମୁମ୍ବାଇ : ଚଳିତ ମାସ ୨୨ ତାରିଖରେ ରିଲିଜ ହୋଇଯାଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ସଲାର’ । ଆଦିପୁରୁଷ ଫ୍ଲପ୍ ହେବା ପରେ ପ୍ରଭାସଙ୍କ ‘ସଲାର’ ଏ ବର୍ଷର ବଡ଼ ଓପନର ଫିଲ୍ମ ସାବ୍ୟସ୍ତ ହୋଇଛି । ରିଲିଜର ପ୍ରଥମ ଦିନ ବକ୍ସ ଅଫିସରେ ସମସ୍ତ ରେର୍କଡ଼ ଭାଙ୍ଗିଥିଲା ଏହି ଫିଲ୍ମ । ସିନେମାଟି ତେଲୁଗୁ, ମଲୟାଲମ୍, ତାମିଲ୍, କନ୍ନଡ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଛି । ରିପୋର୍ଟ ଅନୁଯାୟୀ, ‘ସଲାର’ ରିଲିଜ୍ ଦିନ ସାରା ଦେଶରେ ପ୍ରାୟ ୯୫ କୋଟି ଟଙ୍କା ଆୟ କରିଥିଲା । ପ୍ରଥମ ଦିନ ଏହାର ବକ୍ସ ଅଫିସ କଲେକ୍ସନ୍ ଚଳିତ ବର୍ଷ ରିଲିଜ ହୋଇଥିବା ସମସ୍ତ ବିଗ୍ ବଜେଟ୍ ଫିଲ୍ମକୁ ମାତ୍ ଦେଇଥିଲା । ସେହିପରି ରିଲିଜ ଦିନ ଫିଲ୍ମଟି ବିଶ୍ବବ୍ୟାପୀ ପ୍ରାୟ ୧୭୮.୭ କୋଟି ଟଙ୍କା ରୋଜଗାର କରିଥିଲା ।ସେହିପରି ଦ୍ୱିତୀୟ ଦିନରେ ଫିଲ୍ମଟି ୫୭.୬୧ କୋଟି ଟଙ୍କା ଆୟ କରିଥିଲା । ସେହିପରି ତୃତୀୟ ଦିନରେ ଫିଲ୍ମଟି ପ୍ରାୟ ୬୦ କୋଟି ଟଙ୍କା ଆୟ କରିଛି । ତେବେ ରିଲିଜର ମାତ୍ର ୩ ଦିନିରେ ପ୍ରଶାନ୍ତ ନିଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରାୟ ୨୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବା କୁହାଯାଉଛି । ଚୂଡାନ୍ତ ରିପୋର୍ଟ ଆସିଲେ, ଏହାର ବକ୍ସ ଅଫିସ କଲେକ୍ସନ୍ ଆହୁରି ବଢିବ ବୋଲି କୁହାଯାଉଛି । ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ପୃଥ୍ୱୀରାଜ ସୁକୁମାରନ୍, ଶ୍ରୁତି ଓ ଭେଟେରାନ୍ ଅଭିନେତା ଜଗପତି ବାବୁ ଓ ମୀନାକ୍ଷୀ ଚୌଧୁରୀ ନଜର ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking