ବଲାଙ୍ଗୀର,(ଦେବାଶିଷ ମିଶ୍ର)- ସ୍ଥାନୀୟ ଆମ୍ବେଦକର ପାଠାଗାରରେ ଗଣ୍ଡାବଜା ସଂପାଦକ ତ୍ରିଲୋଚନ ନନ୍ଦଙ୍କ ଅଧ୍ୟକ୍ଷତାରେ ଦେଶର ପ୍ରଥମ ଶିକ୍ଷୟିତ୍ରି ମାତା ସାବିତ୍ରୀ ବାଇ ଫୁଲେଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।
ସାବିତ୍ରି ବାଇ ଫୁଲେ ଦେଶର ପ୍ରଥମ ମହିଳା ଶିକ୍ଷୟତ୍ରୀ ମହିଳାଙ୍କୁ ଶିକ୍ଷା ପାଇଁ ପ୍ରଥମେ ସେ ଲଢେଇ କରିଥିଲେ । ମହିଳାଙ୍କ ପ୍ରତି ଥିବା କୁସଂସ୍କାର ଦୂର କରି ସେମାନେ ଶିକ୍ଷା ପାଇବା ଉଚିତ ଭାବି ମହିଳାଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ଅନେକ ସାବିତ୍ରି ବାଇଙ୍କ ପାଠ ପଢା କେବଳ ତାଙ୍କ ସ୍ୱାମୀ ଜ୍ୟୋତିବା ଫୁଲେଙ୍କ ପାଇଁ ସମ୍ଭବ ହୋଇପାରିଥିଲା । ସେ ହିଁ ନିଜର ସ୍ତ୍ରୀଙ୍କୁ ପାଠ ପଢାଇଥିଲେ । ଏଥିପାଇଁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । ତଥାପି ଦଳିଳ, ମହିଳାଙ୍କ ପାଇଁ ସାବିତ୍ରିବାଇ ଫୁଲେ ନିଜର ସଂଗ୍ରାମ ଜାରି ରଖିଥିଲେ । କିନ୍ତୁ ଦୁଃଖର କଥା ଭାରତ ଇତିହାସ ତାଙ୍କୁ ଉଚିତ ସମ୍ମାନ ପ୍ରଦାନ କରିନାହିଁ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଜ୍ୟୋତିବା ଫୁଲେ ଜଣେ ପଛୁଆ ବର୍ଗର ମହିଳା ଥିଲେ ମଧ୍ୟ ସମଗ୍ର ମହିଳା ସମାଜ ପାଇଁ ସବୁଦିନ ପାଇଁ ଚିର ସ୍ମରଣିୟ ହୋଇ ରହିବେ । ସମାଜ ପାଇଁ ନିଜକୁ ସମ୍ମୁର୍ଣ୍ଣ ଭାବେ ସମର୍ପିତ କରିଥିବା ଏହି ସମାଜ ସୁଧାରିକା ମହିୟସି ମହିଳାଙ୍କ ଜନ୍ମ ଦିନକୁ ଶିକ୍ଷା ଦିବସ ରୂପେ ଘୋଷଣା କରିବାକୁ ସଭାରେ ମତପ୍ରକାଶ ପାଇଥିଲା
ଏହି ଉତ୍ସବରେ ଅନୁସୂଚିତ ଜାତି ଜନଜାତି ରେଲବାଇ ସଂଘ ବଲାଙ୍ଗିର ଶାଖାର ସଭାପତି ସୁଶିଲ ଛତ୍ରିଆ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ସାମାଜିକ କର୍ମୀ ଦିନେଶ ନାଗ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ସାମାଜିକ କର୍ମୀ ଅର୍ଜୁନ ମୁଗ୍ରୀ ଜିଲ୍ଲା ଦଳିତ ସମାଜରୁ ବିଜୟ ବାରିକ, ଯୁବ ସମାଜିକ କର୍ମୀ ରଶ୍ମିକାନ୍ତ ବାଗ, ଶିକ୍ଷାବିଦ୍ ଗଜମଣି ବାଗ, ଦଳିତ ଶିକ୍ଷକ ସଂଘ ସଭାପତି ସୂର୍ଯ୍ୟମଣି ସୁନା, ସାମାଜିକ କର୍ମୀ କିଶୋର କୁମାର, ରେଲବାଇ ସଂଘରୁ ବନମାଲି କାଲସାଏ ଯୋଗଦାନ କରିଥିଲେ ।