30.1 C
Bhubaneswar
Wednesday, April 24, 2024
Homeଅପରାଧ୭ମ ବ୍ରହ୍ମପୁର ମହାନଗର ମହୋତ୍ସବର ଲୋଗୋ ବାଚସ୍ପତିଙ୍କ ଦ୍ୱାରା ଉନ୍ମୋଚିତ

୭ମ ବ୍ରହ୍ମପୁର ମହାନଗର ମହୋତ୍ସବର ଲୋଗୋ ବାଚସ୍ପତିଙ୍କ ଦ୍ୱାରା ଉନ୍ମୋଚିତ

ବ୍ରହ୍ମପୁର,(ଶକ୍ତିଧର ରାଜଗୁରୁ)-: ଆସନ୍ତା ୨୭ତାରିଖରୁ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଖେଳପଡ଼ିଆ ଠାରେ ଅନୁଷ୍ଠିତ ହେବ ସପ୍ତମ ମହାନଗର ମହୋତ୍ସବ। ଏହି ମହୋତ୍ସବ ୨୭ତାରିଖ ଠାରୁ ଆରମ୍ଭ ହୋଇ ଦୀର୍ଘ ୧୦ଦିନ ଧରି ଅର୍ଥାତ୍‌ ଫେବୃୟାରୀ ୫ତାରିଖ ଦିନ ଶେଷ ହେବ। ଆଜି ବ୍ରହ୍ମପୁର ସର୍କିଟ୍‌ ହାଉସ୍‌ରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ୭ମ ମହାନଗର ମହୋତ୍ସବର ଲୋଗ ବା ମୁଖପତ୍ରକୁ ଉନ୍ମୋଚନ କରିଛନ୍ତି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକା ମାତ୍ରାରେ ମହୋତ୍ସବକୁ ଆକର୍ଷଣୀୟ କରିବା ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ମହୋତ୍ସବରେ ଜିଲ୍ଲା ଓ ଜିଲ୍ଲା ବାହାରରୁ ବିଭିନ୍ନ ସାମଗ୍ରୀଙ୍କୁ ଷ୍ଟଲ୍‌ ମାଧ୍ୟମରେ ବିକ୍ରିବଟା ସହିତ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହାସହିତ ଚଳିତ ବର୍ଷ ମହୋତ୍ସବରେ ପୁସ୍ତକମେଳାକୁ ମଧ୍ୟ ସ୍ଥାନିତ କରାଯାଇଛି । ଯାହାଫଳରେ ଚଳିତ ବର୍ଷ ହଜାର ହଜାର ସଂଖ୍ୟାରେ ଦର୍ଶକ ମାନଙ୍କର ଭିଡ଼ ଲାଗିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking