17.1 C
Bhubaneswar
Friday, January 10, 2025
Homeଦେଶ ବିଦେଶସୁପ୍ରିମକୋର୍ଟରେ ରିୟାନ୍ ସ୍କୁଲ ହତ୍ୟା ମାମଲା: ଅଭିଯୁକ୍ତକୁ ସାବାଳକ ବିବେଚନା କରାଯିବ!

ସୁପ୍ରିମକୋର୍ଟରେ ରିୟାନ୍ ସ୍କୁଲ ହତ୍ୟା ମାମଲା: ଅଭିଯୁକ୍ତକୁ ସାବାଳକ ବିବେଚନା କରାଯିବ!

ନୂଆଦିଲ୍ଲୀ : ୨୦୧୭ରେ ହରିୟାଣାର ଗୁରୁଗ୍ରାମସ୍ଥିତ ରିୟାନ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଘଟିଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡର ଶୁଣାଣି ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସେତେବେଳେ ନାବାଳକ ଥିବାବେଳେ ବର୍ତ୍ତମାନ ତାକୁ ସାବାଳକଭାବେ ବିବେଚନା କରାଯିବ କି ନାହିଁ, ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ବିକ୍ରମ ନାଥଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଏହା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଓ ଏନ୍‌ସିପିସିଆର (ନ୍ୟାସନାଲ କମିଶନ ଫର୍ ପ୍ରୋଟେକ୍‌ସନ ଅଫ୍ ଚାଇଲଡ୍ ରାଇଟ୍‌ସ) ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନୁଯାୟୀ ଜଣେ ନାବାଳକ ଯଦି ଦୋଷୀସାବ୍ୟସ୍ତ ହୁଏ, ତେବେ ତାକୁ ସର୍ବାଧିକ ୩ ବର୍ଷ ପାଇଁ ସୁଧାର ଗୃହକୁ ପଠାଯାଇଥାଏ । ଯଦି ଏହି ଅଭିଯୁକ୍ତ ସାବାଳକଭାବେ ଦୋଷୀସାବ୍ୟସ୍ତ ହୋଇଥାଏ, ତେବେ ଭାରତୀୟ ପିଙ୍ଗଳ କୋଡ୍‌ର ବ୍ୟବସ୍ଥା ଅନୁଯାୟୀ ଫାଶୀ କିମ୍ବା ଆଜୀବନ ବ୍ୟତୀତ ଅଧିକ ସମୟ ଜେଲଦଣ୍ଡ ପ୍ରଦାନ କରାଯିବ । ତେବେ ୨୧ ବର୍ଷ ବୟସ ହେବାପର୍ଯ୍ୟନ୍ତ ଏହି ଦୋଷୀକୁ ସୁଧାର ଗୃହରେ ରହିବାକୁ ପଡିବ । ଯଦି ଦଣ୍ଡ ଅବଧି ଅଧିକ ଥାଏ, ତେବେ ପରବର୍ତ୍ତୀ ସମୟରେ ତାକୁ ଜେଲ୍‌କୁ ସ୍ଥାନାନ୍ତର କରାଯିବ । ସୂନାଯୋଗ୍ୟ ୨୦୧୭ ସେପ୍ଟେମ୍ବର ୮ରେ ରିୟାନ୍ ଇଣ୍ଟରନ୍ୟାସନାଲ ସ୍କୁଲର ୨ୟ ଶ୍ରେଣୀ ଛାତ୍ର ପ୍ରଦ୍ୟୁମ୍ନ ଠାକୁରକୁ ଉକ୍ତ ସ୍କୁଲର ୧୬ ବର୍ଷୀୟ ଏକାଦଶ ଶ୍ରେଣୀ ଛାତ୍ର ଗଳାକାଟି ହତ୍ୟା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking