27.1 C
Bhubaneswar
Thursday, April 17, 2025
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନ୍‌ ହାତକୁ ଫେରିଲା ଖାର୍କିଭ୍‌ ଓ ଡେରାଚି

ୟୁକ୍ରେନ୍‌ ହାତକୁ ଫେରିଲା ଖାର୍କିଭ୍‌ ଓ ଡେରାଚି

କିଭ୍‌: ୟୁକ୍ରେନ୍‌ ସେନା ରୁଷିଆ ଦଖଲରୁ ଖାର୍କିଭ୍‌ ଓ ଡେରାଚି ଅଞ୍ଚଳ ଛଡ଼ାଇ ଆଣିଛନ୍ତି। ଗତ ସପ୍ତାହରେ ରୁଷିଆ ଏହି ଦୁଇ ଅଞ୍ଚଳକୁ ଦଖଲ କରିନେଇଥିଲେ ମଧ୍ୟ ବିଶେଷ କରି ଖାର୍କିଭ୍‌ରେ ତୁମୁଳ ଲଢ଼େଇ ଜାରି ରହିଥିଲା। ୟୁକ୍ରେନ୍‌ ସେନା ଏହି ଅଞ୍ଚଳ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। ଗୁରୁବାର ଏହି ଉଦ୍ୟମରେ ସେମାନେ ସଫଳ ହୋଇଥିବା ଜଣାପଡ଼ିଛି। ରୁଷୀୟ ସେନା ଖାର୍କିଭ୍‌କୁ ଚାରିପଟୁ ଘେରି ରହିଥିଲେ ମଧ୍ୟ ପ୍ରତିପକ୍ଷ ସେମାନଙ୍କ ବ୍ୟୁହ ଭାଙ୍ଗିବା ସହ ତଡ଼ିବାରେ ସଫଳ ହୋଇଛନ୍ତି। ୟୁକ୍ରେନ୍‌ ସେନା ନିୟନ୍ତ୍ରଣକୁ ଏହି ଦୁଇ ଅଞ୍ଚଳ ଫେରିଆସିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ ସେନା ଆକ୍ରମଣରେ ରୁଷିଆ ସୈନ୍ୟ ଛତ୍ରଭଙ୍ଗ ଦେଇଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଅପରପକ୍ଷରେ ଗତ ୧୬ ଦିନର ଯୁଦ୍ଧରେ ରୁଷିଆର ୧୨ହଜାର ସୈନ୍ୟ ନିହତ ହୋଇଥିବା ୟୁକ୍ରେନ୍‌ ପକ୍ଷରୁ ଦାବି କରାଯାଇଛି। ଏତଦ୍‌ ବ୍ୟତୀତ ୪୯ଟି ଯୁଦ୍ଧବିମାନ, ୮୧ ହେଲିକପ୍ଟର ଓ ୩୩୫ଟି ଟ୍ୟାଙ୍କ ଧ୍ବଂସ ପାଇଥିବା ସରକାରୀ ଭାବେ କୁହାଯାଇଛି। ପୁନଶ୍ଚ ରୁଷିଆ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପରିବହନ ପାଇଁ ବ୍ୟବହୃତ ୧୧୦୫ଟି ଯୁଦ୍ଧଯାନ ସହ ୫୨୬ ଗାଡ଼ି, ୬୦ଟି ତେଲ ଟାଙ୍କି, ୧୨୩ କମାଣ, ଦୁଇଟି ନୌକା, ୫୬ ରକେଟ ଲଞ୍ଚର, ୨୯ବିମାନ ଧ୍ବସଂକାରୀ ଅସ୍ତ୍ର ଓ ୭ ଡ୍ରୋନ୍‌ ଧ୍ବଂସ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking