ମସ୍କୋ : ରୁଷ-ୟୁକେନ୍ ଯୁଦ୍ଧ ମଧ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକ ବଡ଼ ଘୋଷଣା କରିଛନ୍ତି । ପୁଟିନ୍ କହିଛନ୍ତି ସେ ବେଲାରୁଷରେ ସାମରିକ ପରମାଣୁ ଅସ୍ତ୍ର ମୁତୟନ କରିବେ । ପାଶ୍ଚାତ୍ୟ ଦେଶ ସହିତ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଯୋଗାଣକୁ ନେଇ ପୁଟିନ୍ ନାଟୋକୁ ଚେତାବତୀ ମଧ୍ୟ ଦେଇଛନ୍ତି । ପୁଟିନ୍ କହିଛନ୍ତି ମେର ଏହି ନିଷ୍ପତ୍ତି ପରମାଣୁ ଚୁକ୍ତିର ଉଲ୍ଲଂଘନ କରୁନାହିଁ । ଆମେରିକା ମଧ୍ୟ କେତେକ ଦେଶରେ ନିଜର ପରମାଣୁ ଅସ୍ତ୍ରଶସ୍ତ୍ର ମୁତୟନ କରିରଖିଛି ଏବଂ ଆମେ ମଧ୍ୟ ଏପରି କରିବୁ । ଅନ୍ୟପକ୍ଷରେ ଆମେରିକା ପୁଟିନ୍ଙ୍କ ଏହି ନିଷ୍ପତ୍ତି ଉପରେ କହିଛି, ରୁଷ ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିବାର ବର୍ତ୍ତମାନ କୌଣସି ସଙ୍କେତ ଦେଖାଯାଉ ନାହିଁ । ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଆମକୁ ପରମାଣୁ ଅସ୍ତ୍ରଶସ୍ତ୍ର ସହିତ ଜଡ଼ିତ ନିଜ ରଣନୀତିରେ ପରିବର୍ତ୍ତନ କରିବାର କୌଣସି କାରଣ ଦେଖାଯାଉ ନାହଁ । ରୁଷ୍ର ପରମାଣୁ ଅସ୍ତ୍ର ବ୍ୟବହାର କରିବାର କୌଣସି ଆଶଙ୍କା ନାହିଁ । ନାଟୋ ଦେଶଗୁଡ଼ିକର ସୁରକ୍ଷା ପାଇଁ ଆମେ ଏକାଠି ଛିଡ଼ା ହେବୁ ।