27.6 C
Bhubaneswar
Wednesday, April 15, 2026
Homeଦେଶ ବିଦେଶକୃଷ୍ଣ ସାଗରରେ ପରସ୍ପର ଉପରେ ଆକ୍ରମଣ କରିବେନି ରୁଷ୍‌-ୟୁକ୍ରେନ୍‌

କୃଷ୍ଣ ସାଗରରେ ପରସ୍ପର ଉପରେ ଆକ୍ରମଣ କରିବେନି ରୁଷ୍‌-ୟୁକ୍ରେନ୍‌

ୱାଶିଂଟନl: କୃଷ୍ଣ ସାଗରରେ ପରସ୍ପର ଉପରେ ଆକ୍ରମଣ ନ କରିବାକୁ ରୁଷ୍ ଓ ୟୁକ୍ରେନ୍ ରାଜି ହୋଇଛନ୍ତି। ହ୍ୱାଇଟହାଉସ ପକ୍ଷରୁ ଏହି ଖବରକୁ ନିଶ୍ଚିତ କରାଯାଇଛି। ଉଭୟ ପକ୍ଷ ମଧ୍ୟରେ ସ୍ଥାୟୀ ଯୁଦ୍ଧ ବିରତିର ଏହାକୁ ଏକ ପ୍ରାକ୍ ପଦକ୍ଷେପ ଭାବରେ ଦେଖାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରୟାସ ଯୋଗୁ ଏହା ସମ୍ଭବ ହୋଇଥିବା କୁହାଯାଉଛି। ସାଉଦି ଆରବରେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଆଲୋଚନା ବେଳେ କୃଷ୍ଣ ସାଗରରେ ଉଭୟ ପକ୍ଷର ଜାହାଜ ଉପରେ କେହି ବି ଆକ୍ରମଣ କରିବେ ନାହିଁ ବୋଲି ପ୍ରସ୍ତାବରେ ଉଭୟ ପକ୍ଷ ରାଜି ହୋଇଥିଲେ। ଏହା ସହିତ ବାଣିଜ୍ୟିକ ଜାହାଜକୁ ସାମରିକ ଉଦ୍ଦେଶ୍ୟରେ ଉପଯୋଗ କରାଯିବ ନାହିଁ ବୋଲି ମଧ୍ୟ ଉଭୟ ପକ୍ଷ ରାଜି ହୋଇଛନ୍ତି। ସେହିପରି ଏହି ବୈଠକରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେପରିକି ଉଭୟ ପକ୍ଷର ସେନା ପ୍ରତିପକ୍ଷଙ୍କ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରିବାରୁ ମଧ୍ୟ ବିରତ ରହିବେ ବୋଲି ସହମତି ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking