25.1 C
Bhubaneswar
Thursday, January 16, 2025
Homeଋଷିଆ-ୟୁକ୍ରେନ୍ ଯୁଦ୍ଧରୁଷ୍‌-ୟୁକ୍ରେନ୍ ଯୁଦ୍ଧ: ବୁଚା ସହରରେ ଗଣ କବର ଠାବ

ରୁଷ୍‌-ୟୁକ୍ରେନ୍ ଯୁଦ୍ଧ: ବୁଚା ସହରରେ ଗଣ କବର ଠାବ

କିଭ୍‌: ସୋମବାର ସୁଦ୍ଧା ରୁଷ୍‌-ୟୁକ୍ରେନ୍ ସହର ୪୦ ଦିନରେ ଉପନୀତ ହୋଇଛି । ସମସ୍ତ ଆଲୋଚନା ପର‌୍ୟ୍ୟାଲୋଚନା ଓ ଆନ୍ତର୍ଜାତିକ କଟକଣା ସତ୍ତ୍ୱେ ରୁଷ୍ ସେନା ପକ୍ଷରୁ ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ବୋମା ଓ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରହିଛି । ୟୁକ୍ରେନ୍ ରାଜଧାନୀ କିଏଭ୍‌ଠାରୁ ୩୭ କିମି ଦୂର ବୁକା ସହରରେ ଏକ ଗଣକବରକୁ ଉପଗ୍ରହ ଚିତ୍ର ମାଧ୍ୟମରେ ଠାବ କରାଯାଇଛି । ଏହି କବରରେ ଲୋକଙ୍କର କ୍ଷତବିକ୍ଷତ ମୃତଦେହ ଜମା ହୋଇଥିବା ଲକ୍ଷ୍ୟ କରାଯାଇଛି । ସେମାନଙ୍କର ହାତ ଓ ଗୋଡ ବନ୍ଧା ହୋଇଥିବାବେଳେ ମୁଣ୍ଡରେ ଗୁଳି ଚିହ୍ନ ରହିଛି । ରୁଷ୍ ସେନାର ଏଭଳି ବର୍ବର କାର‌୍ୟ୍ୟକୁ ନିନ୍ଦା କରାଯାଇଥିବାବେଳେ ରୁଷ୍ କିନ୍ତୁ ଏହାକୁ ୟୁକ୍ରେନ୍‌ର ଅପପ୍ରଚାର ବୋଲି ଆକ୍ଷେପ କରିଛି । ଏହି ଅବସରରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡୋମିର ଜେଲେନ୍‌ସ୍କି ଗ୍ରାମି ପୁରସ୍କାର ସମାରୋହକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି । ୟୁକ୍ରେନ୍‌ରେ ବିରାଜମାନ କରୁଥିବା ନିସ୍ତବ୍ଧତାକୁ ସଙ୍ଗୀତ ମାଧ୍ୟମରେ ପରିପ୍ରକାଶ କରିବାକୁ ଜେଲେନ୍‌ସ୍କି ଉତ୍ସବରେ ଅଂଶଗ୍ରହଣ କରୁଥିବା କଳାକାରଙ୍କୁ ଅନୁରୋଧ କରିଛନ୍ତି । କିଏଭ୍‌ର ଆଖପାଖ ଅଞ୍ଚଳରୁ ଇତିମଧ୍ୟରେ ୪୦୦ରୁ ଊର୍ଦ୍ଧ୍ୱ ମୃତଦେହ ଉଦ୍ଧାର କରାଯାଇଛି । ୟୁକ୍ରେନ୍‌ର ଖେରସନ୍ ଓ ଓଡେଶା ସହର ଉପରେ ରୁଷ୍ ସେନାର ଆକ୍ରମଣ ଅବ୍ୟାହତ ରହିଛି । ମାରିୟୁପୋଲ ସହରରୁ ଲୋକଙ୍କର ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଥିବା ସତ୍ତ୍ୱେ ରୁଷ୍ ପକ୍ଷରୁ ବୋମାମାଡ କରାଯାଉଥିବା ୟୁକ୍ରେନ୍ ଅଭିଯୋଗ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking