26.1 C
Bhubaneswar
Tuesday, September 17, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଜାତିସଂଘରେ ରୁଷ୍ ରାଷ୍ଟ୍ରଦୂତ ଏକଘରିକିଆ

ଜାତିସଂଘରେ ରୁଷ୍ ରାଷ୍ଟ୍ରଦୂତ ଏକଘରିକିଆ

ରୁଷ୍‌ର ୟୁକ୍ରେନ୍ ଆକ୍ରମଣ ପୂର୍ବରୁ ଫେବୃଆରୀ ୨୩ ତାରିଖ ସନ୍ଧ୍ୟାରେ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ରୁଷ୍‌ର ସମ୍ଭାବିତ ୟୁକ୍ରେନ୍ ଆକ୍ରମଣକୁ ନେଇ ସାରା ବିଶ୍ୱର ପ୍ରତିନିଧିମାନେ ବୈଠକରେ ଗୋଟିଏ ପକ୍ଷ ହୋଇଯାଇଥିବା ରୁଷ୍ ପ୍ରତିନିଧି ଭାସିଲି ନେବେଞ୍ଜିଆ ଏକୁଟିଆ ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା । ସମସ୍ତ ପ୍ରତିନିଧି ରୁଷ୍ ଆଭିମୁଖ୍ୟର ବିରୋଧ କରୁଥିବା ବେଳେ ବୈଠକରେ ଅଧ୍ୟକ୍ଷତା କରୁଥିବା ଭେସିଲିଙ୍କ ମୁହଁ ମଳିନ ପଡ଼ିଯାଇଥିଲା ଓ କାନ୍ଧ ଶିଖିଳ ହୋଇପଡ଼ୁଥିବା ଦେଖିବାକୁ ମିଳିଥିଲା । ହୃଷ୍ଟପୁଷ୍ଟ ଚେହେରା ବିଶିଷ୍ଟ ୬୦ ବର୍ଷୀୟ ଭେସିଲି ସେତେବେଳେ କାଉନ୍‌ସିଲ୍‌ରେ ଅଧ୍ୟକ୍ଷତା କରୁଥିଲେ । ବିଶ୍ୱଶାନ୍ତି ପାଇଁ ସମର୍ପିତ ସୁରକ୍ଷା ପରିଷଦ ପରି ସଂସ୍ଥାର ଅଧ୍ୟକ୍ଷ ଥିବା ବ୍ୟକ୍ତି ଯେଉଁ ଦେଶର ପ୍ରତିନିଧିତ୍ୱ କରୁଛନ୍ତି, ସେହି ଦେଶ ଏକ ଗଣତନ୍ତ୍ର ରାଷ୍ଟ୍ର ବିରୋଧରେ ଯୁଦ୍ଧ ହୁଙ୍କାର ଦେଇଛି, ଯାହା ତାଙ୍କ ପାଇଁ ସେତେବେଳେ ଏକ ଏକ ଅଡୁ଼ଆ ପରିସ୍ଥିତି ସୃଷ୍ଟି କରିଥିଲା । ତେବେ ଏ ନେଇ ସେ ସଚେତନ ଥିଲେ କି ନାହିଁ । ବୋଧହୁଏ ସେ ଏହା ଜାଣିନଥିଲେ ବୋଲି ଜଣେ ୟୁଏନ୍ ଅଧିକାରୀ କହିଥିଲେ । ଏପରିକି ବହୁ ଆମ୍ବାସଡର୍‌ଙ୍କ ଉତ୍ତର ସମାନ ଥିଲା । ବୈଠକରେ ୟୁକ୍ରେନ୍ ଆମ୍ବାସଡ଼ର ସର୍ଗେଇ କିସ୍‌ଲିତ୍ସ୍ୟା ବାରମ୍ବାର ନେବେଞ୍ଜିଆଙ୍କୁ ପ୍ରଶ୍ନ କରିଥିଲେ ସେ ମସ୍କୋ ସହ ସମ୍ପର୍କରେ ଅଛନ୍ତି କି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking