ମସ୍କୋ : ରୁଷ୍-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ଆଉ କିଛି ଦିନ ମଧ୍ୟରେ ଏକବର୍ଷ ପୂରଣ ହେବ। ଦୀର୍ଘ ଦିନ ଧରି ଲାଗି ରହିଥିବା ଏହି ଯୁଦ୍ଧର ଖୁବ୍ଶୀଘ୍ର ଅନ୍ତ ଘଟାଇବାକୁ ରୁଷ୍ ପଦକ୍ଷେପ ନେଇଛି । ୟୁକ୍ରେନ ବିରୋଧରେ ଆକ୍ରମଣକୁ ଜୋରଦାର କରିବା ଲାଗି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି। ଯୁଦ୍ଧକୁ ଜୋରଦାର କରିବା ଲାଗି ୟୁକ୍ରେନ ଅଭିମୁଖେ ରୁଷ୍ ୫ଲକ୍ଷ ସୈନ୍ୟ ପଠାଇବା ପ୍ରକ୍ରିୟା ଆରମ୍ଭ କରିଛି। ପୁଟିନ କହିଛନ୍ତି ଯେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଜର୍ମାନୀ ବିରୋଧରେ ରୁଷ୍ ଯେପରି ବିଜୟ ଲାଭ କରିଥିଲା ସେହିପରି ୟୁକ୍ରେନ ଓ ପାଶ୍ଚାତ୍ୟ ରାଷ୍ଟ୍ର ବିରୋଧରେ ଲାଗି ରହିଥିବା ଯୁଦ୍ଧରେ ରୁଷ୍ ନିଶ୍ଚିତ ବିଜୟୀ ହେବ।
ଅନ୍ୟପଟେ ରୁଷ୍ ଆଜି ୟୁକ୍ରେନର ଆବାସିକ କୋଠାବାଡି ଉପରେ କ୍ଷେପଣାସ୍ତ୍ର ମାଡ କରିଛି। ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ସାରା ରାତି ରୁଷ୍ ପକ୍ଷରୁ କ୍ଷେପଣାସ୍ତ୍ର ମାଡ ହୋଇଥିବା ନେଇ ୟୁକ୍ରେନ ଅଭିଯୋଗ କରିଛି। ୟୁକ୍ରେନ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ରୁଷ୍ କ୍ଷେପଣାସ୍ତ୍ର ମାଡରେ ୩ଜଣଙ୍କର ମୃତ୍ୟୁ ହେବା ସହ ୨୦ଜଣ ଆହତ ହୋଇଛନ୍ତି।