31.1 C
Bhubaneswar
Thursday, May 29, 2025
Homeଦେଶ ବିଦେଶଏନ୍‌ସିଆର୍‌ବି ରେକର୍ଡ-୨୦୨୨; ଛତିଶଗଡ଼ରେ ସର୍ବାଧିକ ଦୁର୍ଘଟଣାଜନିତ ମୃତ୍ୟୁ

ଏନ୍‌ସିଆର୍‌ବି ରେକର୍ଡ-୨୦୨୨; ଛତିଶଗଡ଼ରେ ସର୍ବାଧିକ ଦୁର୍ଘଟଣାଜନିତ ମୃତ୍ୟୁ

ନୂଆଦିଲ୍ଲୀ: ୨୦୨୨ରେ ଦେଶର ଅନ୍ୟ ୨୭ଟି ରାଜ୍ୟ ତୁଳନାରେ ଛତିଶଗଡରେ ସବୁଠାରୁ ଅଧିକ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଥିବା ଜଣାପଡିଛି । ଏନ୍‌ସିଆର୍‌ବି (ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୨ରେ ଛତିଶଗଡରେ ୧୬,୮୯୩ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଥିଲା । ଏହା ମୋଟ ସଂଖ୍ୟାର ୫୬.୪ ପ୍ରତିଶତ ବୋଲି କୁହାଯାଇଛି । ଏଥିମଧ୍ୟରୁ ପ୍ରାକୃତିକ ଦୁର୍ବିପାକରେ ୨୪୮ ଜଣ ପ୍ରାଣ ହରାଇଥିବାବେଳେ ଅନ୍ୟମାନେ ଅନ୍ୟାନ୍ୟ କାରଣରୁ ପ୍ରାଣ ହରାଇଛନ୍ତି । ୨୦୨୧ରେ ଛତିଶଗଡରେ ଏହି ସଂଖ୍ୟା ୧୯୨୬୫ ରହିଥିଲା ।

ଛତିଶଗଡ ପଛକୁ ଏହି ପ୍ରସଙ୍ଗରେ ହରିୟାଣା (୫୩.୫ ପ୍ରତିଶତ) ଏବଂ ମହାରାଷ୍ଟ୍ର (୫୩ ପ୍ରତିଶତ) ସ୍ଥାନ ପାଇଛନ୍ତି । ଜାତୀୟସ୍ତରରେ ଏହି ହାର ୩୧.୨ ରହିଥିଲା । ଅର୍ଥାତ୍ ଏକ ଲକ୍ଷ ଜନସଂଖ୍ୟାରେ ଏଥିଜନିତ ମୃତ୍ୟୁ ସଂଖ୍ୟା ୩୧.୨ ରହିଛି । ଅପରପକ୍ଷରେ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଲଦାଖ ଓ ପୁଦୁଚେରୀରେ ଦୁର୍ଘଟଣାଜନିତ ମୃତ୍ୟୁ ହାର ଯଥାକ୍ରମେ ୭୮.୭ ଓ ୬୫.୭ ପ୍ରତିଶତ ରହିଥିବା ରିପୋର୍ଟରୁ ଜଣାପଡିଛି ।

ଦୁର୍ଘଟଣାଜନିତ ମୃତ୍ୟୁକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ହେଲା ପ୍ରାକୃତିକ ଦୁର୍ବିପାକ ଯେଉଁଥିରେ ବଜ୍ରପାତ, ଅଂଶୁଘାତ, ଭୂସ୍ଖଳନ ଇତ୍ୟାଦି ସାମିଲ କରାଯାଇଛି । ଦ୍ୱିତୀୟଟି ହେଉଛି ଅନ୍ୟ କାରଣଜନିତ ମୃତ୍ୟୁ । ଏହି କ୍ୟାଟେଗୋରୀରେ ଟ୍ରାଫିକ୍ ଦୁର୍ଘଟଣା, ପଶୁ ଆକ୍ରମଣ, ବିଷାକ୍ତ ମଦ୍ୟପାନ, କଳକାରଖାନାରେ ଘଟୁଥିବା ଦୁର୍ଘଟଣାକୁ ଅନ୍ତର୍ଭୁକ୍ତ କରାଯାଇଛି । ୨୦୨୨ରେ ଦେଶରେ ଦୁର୍ଘଟଣାଜନିତ ମାମଲାରେ ୪,୧୫,୩୦୬ ଜଣ ପ୍ରାଣ ହରାଇଥିଲେ ।

ଏମାନଙ୍କ ମଧ୍ୟରୁ ୬୧୭ ଜଣ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିଲେ । ବିହାରରେ ସର୍ବାଧିକ ୧୩୪ ଜଣ ପ୍ରାଣ ହରାଇଥିବାବେଳେ ଏହାପଛକୁ କର୍ଣ୍ଣାଟକ (୯୮), ପ୍‌ଜାବ (୯୦), ଛତିଶଗଡ (୬୦), ଝାଡ଼ଖଣ୍ଡ (୫୫) ଓ ଉତ୍ତର ପ୍ରଦେଶ (୫୦) ସ୍ଥାନ ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking