29.1 C
Bhubaneswar
Sunday, May 3, 2026
Homeଓଡିଶାଅଖିମୁଠି ଅନୁକୂଳ କଲେ ରୁଦ୍ର ମହାରଥୀ

ଅଖିମୁଠି ଅନୁକୂଳ କଲେ ରୁଦ୍ର ମହାରଥୀ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା, ସାରା ଓଡିଶାରେ ଏହି ଦିନଟି ଶୁଭ ଓ ଅନୁକୂଳର ଦିନ। ଶ୍ରୀକ୍ଷେତ୍ରରେ ଆଜି ମଧ୍ଯ ରଥ ନିର୍ମାଣର ଅନୁକୂଳ ହୋଇଥାଏ। ଓଡ଼ିଶାର ଚାଷୀ ଆଜିର ଦିନରେ କ୍ଷେତରେ ଧାନ ବୁଣି ଚାଷ କାର୍ଯ୍ୟର ଆରମ୍ଭ କରି ଭଲ ଉତ୍ପାଦନ କରିବାର ଆଶା କରିଥାଏ। ଏହି ପରିପ୍ରେକ୍ଷୀରେ ପିପିଲିରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ। ଜସୁଆପୁର ପଞ୍ଚାୟତ ଭଗବତୀ ପୁର ଠାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜି କାର୍ଯ୍ୟକ୍ରମରେ ଯୋଗଦେଇ ଭୂମି ପୂଜା କରି ଅକ୍ଷିମୁଠି ଅନୁକୂଳ କରିଥିଲେ । ରୁଦ୍ର।ଶତାଧିକ ଚାଷୀ ମାନଙ୍କ ସହିତ ବିଜେଡି କର୍ମୀ ଉପସ୍ଥିତି ରହିଥିଲେ। ହଳ ସାହାଯ୍ୟରେ ପାରମ୍ପରିକ ବେଶବୁସାରେ ଚାଷ କରିବା ପରେ ବ୍ରାହ୍ମଣଙ୍କ ଦ୍ୱାରା ପୂଜା ପାଠ ପରେ ଅକ୍ଷିମୁଠି ବୁଣିଥିଲେ ରୁଦ୍ର ପ୍ରତାପ ମହାରଥୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking