ନୂଆଦିଲ୍ଲୀ:: ଟେଲିଭିଜନ ଅଭିନେତ୍ରୀ ରୁବିନା ଦିଲୈକ ମା’ ହେବାକୁ ଯାଉଛନ୍ତି। ରୁବିନା ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବର ଦେଇଛନ୍ତି। ତାଙ୍କ ପ୍ରେଗନେନ୍ସିକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। ଏବେ କିନ୍ତୁ ସେ ଗର୍ଭବତୀ ଅଛନ୍ତି ବୋଲି ମିଡିଆ ଆଗରେ ସୂଚନା ଦେଇଛନ୍ତି। ସେ ତାଙ୍କ ସ୍ବାମୀ ଅଭିନବ ଶୁକ୍ଳାଙ୍କ ସହ ଏକ ପୋଷ୍ଟ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ଦେଖାଯାଉଛି।
ଫଟୋ ଶେୟାର କରି କ୍ୟାପଶନରେ ରୁବିନା ଲେଖିଛନ୍ତି, ଯେବେଠୁ ଆମେ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲୁ ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ ଆମେ ଏକାଠି ଓ୍ବାର୍ଲ୍ଡ ଟ୍ରାଭେଲ କରିବୁ। ତା’ ପରେ ଆମେ ବିବାହ କଲୁ। ଏବଂ ବର୍ତ୍ତମାନ ଏକ ପରିବାର ଭାବେ ଆମେ ଶୀଘ୍ର ଆମର କୁନି ଅତିଥିଙ୍କୁ ସ୍ବାଗତ କରିବୁ।