17.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶପ୍ରଥମ ଥର ମସ୍‌ଜିଦ୍ ଗଲେ ଆର୍‌ଆର୍‌ଏସ୍ ପ୍ରମୁଖ ଭାଗବତ: ମୋହନ ଭାଗବତ ରାଷ୍ଟ୍ରପିତା- ଇମାମ୍‌

ପ୍ରଥମ ଥର ମସ୍‌ଜିଦ୍ ଗଲେ ଆର୍‌ଆର୍‌ଏସ୍ ପ୍ରମୁଖ ଭାଗବତ: ମୋହନ ଭାଗବତ ରାଷ୍ଟ୍ରପିତା- ଇମାମ୍‌

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ପ୍ରମୁଖ ମୋହନ ଭାଗବତ ଗୁରୁବାର ଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗରେ ଥିବା ଅଲ୍ ଇଣ୍ଡିଆ ଇମାମ୍ ଅର୍ଗାନାଇଜେସନ୍‌ର ଅଫିସ୍ ଗସ୍ତ କରିଛନ୍ତି । ସେଠାରେ ମସ୍‌ଜିଦ୍‌ର ବନ୍ଦ ରୁମ୍‌ରେ ମୁଖ୍ୟ ଇମାମ୍ ଡ. ଉମର ଅହମଦ ଇଲିୟାସୀଙ୍କ ସହ ଭାଗବତ ଏକ ଘଣ୍ଟା ବିତାଇଥିଲେ । କୌଣସି ମୁସ୍‌ଲିମ୍ ଧାର୍ମିକ ସଂଗଠନ ମୁଖ୍ୟଙ୍କ ସହ ଆର୍‌ଏସ୍‌ଏସ୍ ପ୍ରମୁଖଙ୍କ ମସ୍‌ଜିଦ୍‌ରେ ଏହା ପ୍ରଥମ ସାକ୍ଷାତ । ଏହି ଆଲୋଚନା ବେଳେ ଇଲିୟାସୀ କହିଥିଲେ, ଆମର ଡିଏନ୍‌ଏ ଏକ, କେବଳ ପୂଜାର ପଦ୍ଧତ୍ତି ଭିନ୍ନ । ଆର୍‌ଏସ୍‌ଏସ୍ ପ୍ରମୁଖ ତାଙ୍କ ଆମନ୍ତ୍ରଣକ୍ରମେ ଉତ୍ତର ଦିଲ୍ଲୀରେ ଥିବା ମଦ୍ରାସା ତାଜବିଦୁଲ୍ କୁରାନ୍‌ର ପରିଦର୍ଶନ ମଧ୍ୟ କରିଥିଲେ । ସେଠାରେ ସେ ଛାତ୍ରମାନଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ଅବସରରେ ଭାଗବତଙ୍କ ସହ ସରକାର୍ଯ୍ୟବାହକ ଡ. କୃଷ୍ଣ ଗୋପାଳ, ବରିଷ୍ଠ ପ୍ରଚାରକ ଇନ୍ଦ୍ରେଶ କୁମାର ଏବଂ ରାମଲାଲ ମଧ୍ୟ ଉପସ୍ଥିତ ଥିଲେ । ସାକ୍ଷାତ ଆଲୋଚନା ପରେ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଇମାମ୍ ଡ. ଇଲିୟାସୀ ଆର୍‌ଏସ୍‌ଏସ୍ ପ୍ରମୁଖ ମୋହନ ଭାଗବତଙ୍କୁ ରାଷ୍ଟ୍ରପିତା ଏବଂ ରାଷ୍ଟ୍ରଋଷି ବୋଲି କହିଥିଲେ । ସେ କହିଥିଲେ ତାଙ୍କ ଆମନ୍ତ୍ରଣକ୍ରମେ ଭାଗବତ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ । ଏହି ସାକ୍ଷାତ୍‌ଆଲୋଚନା ଦେଶ ପାଇଁ ଏକ ଭଲ ବାର୍ତ୍ତା ଦେବ । ଇମାମ୍ ହାଉସ୍‌ଙ୍କୁ ଭାଗବତଙ୍କ ଆସିବା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟ ଏବଂ ଖୁସିର ବିଷୟ । ମୋ ଆମନ୍ତ୍ରଣକ୍ରମେ ପିତାଙ୍କ ପୁଣ୍ୟତିଥିରେ ଯୋଗ ଦେଇଥିବାରୁ ମୁଁ ତାଙ୍କ ପ୍ରତି କୃତଜ୍ଞ ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking