ରାଉରକେଲା : ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ରାଉରକେଲା ପୋଲିସ ଏନକାଉଣ୍ଟର କରିଥିବାର ଖବର ମିଳିଛି। ଦୁଇ ହତ୍ୟା ଅଭିଯୁକ୍ତ ହେଲେ ମୁସ୍ତାକ୍ ଆଲମ୍ ଓ ମହମ୍ମଦ ଗୁଡୁ। ମୁସ୍ତାକ୍ ଆଲମ୍ ହେଉଛି ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ଖବର ପାଇ ପୋଲିସର ଏକ ସ୍ୱତନ୍ତ୍ର ଟିମ ତାକୁ ଧରିବା ପାଇଁ ବିଶ୍ରା ମଣ୍ଡପ ଛକରେ ପହଞ୍ଚିଥିଲା। ପୋଲିସକୁ ଦେଖି ମୁସ୍ତାକ ପୋଲିସ ଉପରକୁ ପ୍ରଥମେ ଫାୟାରିଂ କରିଥିଲା। ପୋଲିସର ଏନକାଉଣ୍ଟରରେ ଦୁଇ ଅପରାଧୀ ମୁସତାକ ଆଲମ ଓ ଗୁଡୁଙ୍କ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଘଟଣାସ୍ଥଳରୁ ପୋଲିସ ଉଠାଇ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଭର୍ତ୍ତି କରିଥିଲା। ପରେ ଉଭୟଙ୍କୁ ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ମୁସ୍ତାକର ଘର ରାଉରକେଲା ନାଲା ରୋଡ଼ର ଭାଟି ରୋଡରେ ହୋଇଥିବା ବେଳେ ଗୁଡୁର ଘର ମାଲଗୋଦାମ ଅଞ୍ଚଳରେ। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ତନାଘନା କରୁଛି ପ୍ଲାଣ୍ଟସାଇଟ୍ ପୁଲିସ।