37.1 C
Bhubaneswar
Saturday, May 18, 2024
Homeଓଡିଶାମହାମାରୀ ବର୍ଷର ‘ରିଅଲ ହିରୋ’ ରାଉରକେଲା ବିଧାୟକ ସାରଦା!

ମହାମାରୀ ବର୍ଷର ‘ରିଅଲ ହିରୋ’ ରାଉରକେଲା ବିଧାୟକ ସାରଦା!

ରାଉରକେଲା:(ସୁବୋଧ ନାୟକ): ଓଡ଼ିଶାର ଶିଳ୍ପନଗରୀ ରାଉରକେଲା ରାଚନୀତିର ପଶାପାଲିରେ ସବୁବେଳେ ଚର୍ଚ୍ଚାର ପରିସରରେ ରହିଛି । ବିିଭିନ୍ନ ସାଧାରଣ ନିର୍ବାଚନକୁ ଅନୁଧ୍ୟାନ କଲେ ଏହି ରାଉରକକେଲା ନିର୍ବାଚନମଣ୍ଡଳୀ ବହୁବାର ବିଜେଡ଼ି ଦଖଲରେ ରହି ଆସିଛି । ବିଜେଡ଼ି ଏହି ନିର୍ବାଚନ ମଣ୍ଡଳୀରେ ବିଧାନ ସଭା ଆସନକୁ ଗତ ୨୦୧୯ ବର୍ଷ ନିର୍ବାଚନରେ ବିଜୟୀ ହୋଇ ହାତେଇ ଥିବା ବେଳେ ବିଧାୟକ ଭାବେ ରାଉରକେଲାର ମଙ୍ଗ ଧରିଥିଲେ ରାଉରକେଲା  ବିଜେଡ଼ିର ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ।
                           ଶାସକ ଦଳ ବିଜେଡି ଓ ସାରଦାଙ୍କ ସଫଳ ନେତୃତ୍ୱରେ ରାଉରକେଲାର ବଦଳିଥିଲା ରୂପରେଖ! ସହରରେ ରାସ୍ତାଘାଟର ଉନ୍ନତି ସହ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ପାଖରେ ପ୍ରତ୍ୟକ୍ଷ ଭାବେ ପହଂଚାଇ ଅଂଟା ଭିଡ଼ିଥିଲେ ସାରଦା । ରାଉରକେଲା ଏମଏଲଏ ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ଭାବେ ସମଗ୍ର ଜିଲାକୁ ବର୍ଷର ବିଭିନ୍ନ ସମୟରେ ଅନେକ ଗ୍ରାମାଚଂଳ ଓ ଅପହଂଚ ଇଲାକାରେ ପାଦଥାପି ଲୋକଙ୍କ ସମସ୍ୟା ବୁଝିଥିଲେ ଏହି ବିଧାୟକ । ମହାମାରୀ କରୋନା ବେଳାରେ ମଧ୍ୟ ସେ ପଛଘୁଂଚା ଦେଇନଥିଲେ । ୨୦୨୦ର ଏହି ମହାମାରୀ ବର୍ଷରେ ରାଜନିତୀର ରିଅଲ ହିରୋ ସାଜି କୋଭିଡ଼ ଯୁଦ୍ଧ ମଇଦାନକୁ ଓହ୍ଳାଇଥିଲେ । କରୋନାରେ ପିଡ଼ୀତ ରୋଗୀଙ୍କୁ ହସ୍ପିଟାଲରେ ପହଂଚାଇବା ଠାରୁ ଆରମ୍ଭ କରି ଅନ୍ୟାନ ସାହାଯ୍ୟ ସହଯୋଗ ଜାରି ରଖିଥଲେ, ଯାହାକି ରାଉରକେଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଶାସକ ଦଳ ବିଜେଡ଼ିର ପ୍ରଚେଷ୍ଟାରେ ରାଉରକେଲାର ଆଇଜିଏଚରେ ଖୋଲିଥିଲା ପ୍ଲାଜମା ବ୍ୟାଙ୍କ । ଜଣେ କରୋନା ରୋଗୀ ସୁସ୍ଥ ହେବା ପରେ ଅନ୍ୟ ଦୁଇ ଜଣଙ୍କୁ ପ୍ଲାଜମା ଦାନ କରି ସେମାନଙ୍କ ଜୀବନକୁ ରକ୍ଷା କରି ପାରିଥିଲେ । ପ୍ଲାଜମା ଦାନ କରିବାକୁ କରୋନାରୁ ସ୍‌ୁସ୍ଥ ହୋଇଥିବା ରୋଗୀ ମାନଙ୍କୁ ବିନମ୍ର ଅନୁରୋଧ କରିଥିଲେ ରାଉରକେଲା ବିଧାୟକ ସାରଦା ନାୟକ! କରୋନାର ଏହି ବିପତିରେ ରାଜନୈତିକ ଦଳର କିଛି ତୁଙ୍ଗ ନେତା ଦୀର୍ଘ ୯ ମାସ ହେଲା ଜନସମ୍ପର୍କରେ ଆସିପାରୁ ନଥିବା ବେଳେ, ସାରଦାଙ୍କ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଘଟି ନଥିଲା ବୋଲି ସାଧାରଣରେ ଆଲୋଚନା ହେଉଛି । ସାରଦାଙ୍କ ଏହି ନିସ୍ୱାର୍ଥପର ସେବାକୁ ଅନେକ ବୁଦ୍ଧିଜିବୀ ଓ ସାମାଜିକ କର୍ମୀ ସୋସିଆଲ ମିଡ଼ିଆରେ ବେଶ ପ୍ରଶଂସିତ କରୁଥିବା ଦେଖିବାକୁ ମିଳୁଛି । ଆଗାମୀ ନବବର୍ଷ-୨୦୨୧ରେ ରାଉରକେଲାରେ ଅଧୁରା ହୋଇ ରହିଥିବା ଅନେକ କାର୍ଯ୍ୟ, ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯିବା ସହ, ମିନି ଇଣ୍ଡିଆ ଭାବେ ପରିଚିତ ରାଉରକେଲାର ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କର ଉଦ୍ୟମ ଅବ୍ୟାହତ ରହିବ ବୋଲି ବିଧାୟକ ସାରଦା ନାୟକ ଦୃଢୋକ୍ତିର ସହ ପ୍ରକାଶ କରିଛନ୍ତି ।  ବର୍ଷର ଏହି ବିଦାୟୀ ବେଳାରେ ରାଉରକେଲା ରାଜନିତୀର ରିଅଲ ହିରୋ ସାରଦା ନାୟକ  ସର୍ବୋପରି ସାରଦା ଭାଇଙ୍କ ଚର୍ଚ୍ଚା ଏବେ ଏଠି, ସେଠି, ସବୁଠି! 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking