31.1 C
Bhubaneswar
Saturday, May 17, 2025
Homeଓଡିଶାରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା

ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା

ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜ ମୃତ୍ୟୁ ଘଟଣା । ମୃତ୍ୟୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର । ଜିଲ୍ଲା ମହିଳା ଅପରାଧ ତଦନ୍ତକାରୀ କମିଟି ଏହାର ତଦନ୍ତ କରିବେ । ଡିଏସପି ପାହ୍ୟାର ଜଣେ ଅଧିକାରୀ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସପି । ୧୯ ତାରିଖରେ ସହକାରୀ ଜିଲ୍ଲାପାଳଙ୍କ ମୃତଦେହ ମିଳିଥିଲା । ହେଲେ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ମୃତ ସୁସ୍ମିତା ମିଂଜଙ୍କ ପରିବାର । ଏହା ସହ ନ୍ୟାୟ ଦାବିରେ ଏଡିଏମ ଅଫିସ ଘେରାଉ କରିଥିଲେ ଶତାଧିକ ଆଦିବାସୀ ମହିଳା ।

ଏଡିଏମ ଅଫିସ ଘେରାଉ କରିବା ସହ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ । ପୋଲିସ ତଦନ୍ତରେ ଭରସା ନାହିଁ ଘଟଣାର ନିରପେକ୍ଷ ଯାଂଚ ପାଇଁ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ବିକ୍ଷୋଭକାରୀ । ପୋଲିସ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ସଂପୃକ୍ତ ବଡବଡିଆଙ୍କୁ ବଂଚାଇବାକୁ ଚାପରେ ଆସି ତଦନ୍ତରେ ଢିଲା ମାରୁଥିବା ଅଭିଯୋଗ ହୋଇଥିଲା । ଏବେ ରାଉରକେଲା ଏସପି ପୁରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ସୁସ୍ମିତା ମିଞ୍ଜଙ୍କ ସନ୍ଦିଗ୍ଧ ମୃତ୍ୟୁ ଉପରୁ ରହସ୍ୟର ପର୍ଦ୍ଦା ହଟିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking