14.1 C
Bhubaneswar
Saturday, January 11, 2025
Homeଅପରାଧରାଉରକେଲା ସହକାରୀ ଜିଲ୍ଲାପାଳ ଗିରଫ

ରାଉରକେଲା ସହକାରୀ ଜିଲ୍ଲାପାଳ ଗିରଫ

ଭୁବନେଶ୍ୱର:  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ରାଉରକେଲା ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକଙ୍କୁ ଭିଜିଲାନ୍ସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ମଙ୍ଗଳବାର ଶ୍ରୀ ନାୟକଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ତାଙ୍କର ପାଖାପାଖି ଦୁଇକୋଟିର ସମ୍ପତ୍ତି ଠାବ ହୋଇଛି । ଏହି ସମ୍ପତ୍ତିର ସେ ସନ୍ତୋଷଜନକ ହିସାବ ଦେଖାଇପାରିନାହାନ୍ତି । ଏନେଇ ରାଉରକେଲା ଭିଜିଲାନ୍ସ କେସ୍ ନଂ୩/୨୨ରେ ମନୋରଞ୍ଜନଙ୍କ ସମେତ ତାଙ୍କ ଭାଇଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଆବଶ୍ୟକସ୍ଥଳେ ତାଙ୍କ ଭାଇଙ୍କୁ ଜେରା କରାଯିବ । ମନୋରଞ୍ଜନଙ୍କ ଆହୁରି ବେଆଇନ ସମ୍ପତ୍ତି ଥିବା ନେଇ ସନ୍ଦେହ କରାଯାଉଛି । ତେଣୁ ମାମଲାର ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକଙ୍କ  ବିରୋଧରେ ବାରମ୍ବାର ଦୁର୍ନୀତି ଅଭିଯୋଗ ହୋଇଥିଲା । ଏନେଇ ସୁନ୍ଦରଗଡ଼ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ ଏକ ସର୍ଚ୍ଚ ୱାରେଣ୍ଟ୍ ଜାରି କରିଥିଲେ । ଏହି ୱାରେଣ୍ଟ୍ ବଳରେ ଗତ ମଙ୍ଗଳବାର ଭିଜିଲାନ୍ସର ଜଣେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ୫ଟି ସ୍ଥାନରେ ଚଢ଼ାଉ ହୋଇଥିଲା । ଏହିସବୁ ସ୍ଥାନରେ ଚଢ଼ାଉ ପରେ ମନୋରଞ୍ଜନଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମିଶାଇ ସମୁଦାୟ ୨କୋଟିର ସମ୍ପତ୍ତି ଠାବ ହୋଇଛି । ତେବେ ଗୋଠପାଟଣାରେ କିଣିଥିବା ଜମିରେ କିଛି ଜାଲିଆତି ହୋଇଥିବା ଜଣାପଡ଼ିଛି । ତେଣୁ ଏହି ଜମି ପଞ୍ଜିକରଣକୁ ନେଇ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking