19.1 C
Bhubaneswar
Saturday, November 23, 2024
Homeଓଡିଶାଫେସ ପାଇଁ ଗୋଲାପ ଜଳ

ଫେସ ପାଇଁ ଗୋଲାପ ଜଳ

ସବୁ ସିଜିନରେ ଫେସ ପାଇଁ ଗୋଲାପ ଜଳ ବହୁତ ଉପକାରୀ ଅଟେ । ଏହା ଆମ ଆଖି ମୁହଁ ଓ ଓଠ ପାଇଁ ଲାଭଦାଯକ ଏହା କୌଣସି କସମେଟିକ ନ ହୋଇଥିବାରୁ ଏହାୂ ସ୍କିନରେ କିଛି ହାନି କରାଏନାହିଁ । ତେବେ ଆସନ୍ତୁ ଜାଣିବା ଗୋଲାପ ଜଳର ବ୍ୟବହାର –

୧- ଏହାକୁ ନିତିଦିନ ସ୍କିନ ଟୋନର ହିସାବରେ ବ୍ୟବହାର କରିପାରିବେ । ଏଥିରେ କେମିକାଲ ନଥିବାରୁ ଏହା ସ୍କିନ ପାଇଁ ଭଲ ।
୨- ଯଦି ଆପଣଙ୍କ ଆଖି ତଳେ କଳା ପଡ଼ିଯାଇଛି କିମ୍ବା ଫୁଲିବା ଭଳି ଲାଗୁଛି । ତେବେ ଗୋଲାପ ଜଳ ଆଇସରେ ପରିଣତ କରି ତାକୁ ଆଖି ତଳେ ଧିରେ ଧିରେ ମସାଜ କରନ୍ତୁ କିଛି ଦିନ ମଧ୍ୟରେ ଆଖିତଳ କଳା ଦାଗ ଦୁର ହୋଇଯିବ ।
୩- ବାହାରୁ ଧୁଳିରେ ଆସିବା ପରେ ଏହି ଗୋଲାପ ଜଳକୁ ଆପଣ ଫେସ ମିଷ୍ଟ ହିସାବରେ ବ୍ୟବହାର କରିପାରିବେ । ଗୋଲାପ ଜଳକୁ ମୁହଁରେ ସ୍ପ୍ରେ କରି ତୁଳାରେ ପୋଛି ନିଅନ୍ତୁ । ଏହା ସ୍କିନକୁ ସତେଜ ରଖିଥାଏ ।
୪- ଏହାକୁ ଫାଇନାଲ ମେକଅପ ସେଟର ଭାବରେ ମଧ୍ୟ ବ୍ୟବହାର କରିପାରିବେ । ଫେସର ମେକଅପ ସରିବା ପରେ ଗୋଲାପ ଜଳକୁ ଉପରେ ସ୍ପ୍ରେ କରିପାରିବେ । ଏଥିରେ ମେକଅପ ଜଲଦି ଖରାପ ହୁଏନାହିଁ ।
୫- ଫେସକୁ ଦିନସାରା ହାଇଡ଼୍ରେଟେଡ଼ ରଖିବା ପାଇଁ ଗୋଲୋପ ଜଳକୁ ନିତ୍ୟ ବ୍ୟବହାର କରାଯାଉଥିବା ମଶ୍ଚ୍ୟରାଇଜରରେ ମିଶାଇ ଲଗାନ୍ତୁ । ଫେସ ଦିନ ସାରା ହାଇଡ଼୍ରେଟ ରହିବ ।
୬- ଏହା ଆମ ଚୁଟି ପାଇଁ ମଧ୍ୟ ବହୁତ ଉପଯୋଗୀ । ସ୍ୟାମ୍ପୁ କରିବାର କିଛି ସମୟ ପରେ ହାତରେ କିଛି ଗୋଲାପ ଜଳନେଇ ଚୁଟିଣେ ଲଗାଇପାରିବେ । ଏହା ଦ୍ୱାରା ଚୁଟି ସାଇନିଂ କରିବ ଓ ସଫ୍ଟ ମଧ୍ୟ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking