21.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶପାହାଡ଼ରେ ଛିଡ଼ିଲା ରୋପ୍ ୱେ: ଟ୍ରଲିରୁ ଖସି ୨ ମହିଳା ମୃତ, ୪୮ ଗୁରୁତର

ପାହାଡ଼ରେ ଛିଡ଼ିଲା ରୋପ୍ ୱେ: ଟ୍ରଲିରୁ ଖସି ୨ ମହିଳା ମୃତ, ୪୮ ଗୁରୁତର

ଦେଓଗଡ଼: ଝାଡଖଣ୍ଡ ରାଜ୍ୟ ଦେଓଗରର ତ୍ରିକୂତି ପର୍ବତରେ ଲାଗି ଥିବା ରୋପ୍ ୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରୋପ୍ ୱେରେ ବ୍ୟବହୃତ ଦଉଡିରେ ତ୍ରୁଟି ପାଇଁ ଦଉଡ଼ିରେ ଚାଲୁଥିବା କ୍ୟାବିନ୍ ତଳକୁ ଖସି ପଡ଼ିବାରୁ ୨ ମହିଳାଙ୍କ ମୃତ୍ୟୁ ହୋଇଛି । ଏହାସହ ଅତି ଉଚ୍ଚରେ ତଥା ପାହାଡ଼ ଉପରେ ଏହି ଦୁର୍ଘଟଣା ଘଟିଥିବାରୁ ୪୮ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଉପରେ ଫସି ରହିଥିବା ଜଣାପଡ଼ିଛି । ଜିଲ୍ଲା ପ୍ରଶାସନ ଏବଂ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅନୁରୋଧ କ୍ରମେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି । ଏହା ସହିତ ଆଇଟିବିପି, ଭାରତୀୟ ସେନାକୁ ମଧ୍ୟ ଏଥିରେ ନିୟୋଜିତ କରାଯାଇଛି । ସମସ୍ତ ଫସି ରହିଥିବା ସମସ୍ତ ପର‌୍ୟ୍ୟଟକଙ୍କୁ ହେଲିକପ୍ଟର ଯୋଗେ କ୍ୟାବିନ୍ ତଥା ଟ୍ରଲିରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ୪୮ ଜଣିଆ ପର୍ଯ୍ୟଟକ ଦଳ ରୋପ୍‌ୱେରେ ଲାଗିଥିବା ଟ୍ରଲିରେ ବସିଥିଲେ । କୌଣସି କାରଣରୁ ଦୁର୍ଘଟଣା ଘଟି ଯାତ୍ରୀବାହୀ ଟ୍ରଲିରୁ ଗୋଟିଏ ଛଡ଼ି ପଡ଼ିଥିଲା । ଏଥିରେ ଆହତ ହୋଇଥିବା ପର୍ଯ୍ୟଟକଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ତେବେ ଉଦ୍ଧାର ସମୟରେ ଏନ୍‌ଡିଆର୍‌ଏଫ୍ ଏବଂ ସେନା ଯବାନମାନେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଦୈର୍ଯ୍ୟହରା ନହେବା ପାଇଁ କହିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଜିଲ୍ଲା ଡେପୁଟି କମିଶନର ମଞ୍ଜୁନାଥ ଭଜନ୍ତ୍ରି ଏବଂ ପୋଲିସ କ୍ୟାପଟେନ ସୁଭାଷ ଚନ୍ଦ୍ର ଜାଟ ରବିବାର ଠାରୁ ଘଟଣାସ୍ଥଳରେ କ୍ୟାମ୍ପ କରୁଛନ୍ତି ଏବଂ ଉଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking