14.1 C
Bhubaneswar
Saturday, January 11, 2025
Homeଖେଳମ୍ୟାଚ ପୂର୍ବରୁ ରୋହିତଙ୍କର କଟିଲା ଚାଲାଣ

ମ୍ୟାଚ ପୂର୍ବରୁ ରୋହିତଙ୍କର କଟିଲା ଚାଲାଣ

ବ୍ୟୁରୋ : ବିସ୍ଫୋରକ ବ୍ୟାଟିଂ ଓ ଦ୍ରୁତ ରନ୍ ସଂଗ୍ରହ ପାଇଁ ଜଣାଶୁଣା ଭାରତୀୟ ଅଧିନାୟକ ରୋହିତ ଶର୍ମା । ମୈଦାନରେ ରୋହିତ ଛକା ଓ ଚୌକା ସହ ଦ୍ରୁତ ରନ୍ ସଂଗ୍ରହ କରିବାରେ ମାହିର । ଏଥିପାଇଁ ରୋହିତଙ୍କ ବ୍ୟାଟିଂଶୈଳୀକୁ ଅଧିକ ପସନ୍ଦ କରନ୍ତି କ୍ରିକେଟପ୍ରେମୀ । କିନ୍ତୁ ମୈଦାନ ବାହାରେ ଏହି ଦ୍ରୁତ ଗତି ରୋହିତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବାଂଲାଦେଶ ମ୍ୟାଚ୍ ପୂର୍ବରୁ ଦ୍ରୁତ ଗତିରେ ଗାଡି ଚାଳନା ପାଇଁ ରୋହିତଙ୍କ ନାଁରେ ଚାଲାଣ କଟିଛି । ତାହା ବି ପୁଣି ୩ଟି ଟ୍ରାଫିକ୍ ଚାଲାଣ । ବାଂଲାଦେଶ ବିପକ୍ଷ ମ୍ୟାଚ୍ ପାଇଁ ରୋହିତ ମୁମ୍ବାଇରୁ ପୁଣେ ନିଜେ ଗାଡି ଚଳାଇ ଆସିଥିଲେ । ତାହା ବି ପୁଣି ୨୦୦ କିଲୋମିଟର ଘଣ୍ଟା ପ୍ରତି ବେଗରେ । ଏପରିକି ମଝିରେ ମଝିରେ ଗାଡିର ସ୍ପିଡ ଘଣ୍ଟାପ୍ରତି ୨୧୫ କିଲୋମିଟର ମଧ୍ୟ ଛୁଇଁଛି । ମୁମ୍ବାଇ-ପୁଣେ ଏକ୍ସପ୍ରେସରେ ଏତେ ଅଧିକ ସ୍ପିଡରେ ଗାଡି ଚଳାଇବା କାରଣରୁ ରୋହିତଙ୍କ ନାଁରେ ୩ଟି ଅନଲାଇନ ଚାଲାଣ କଟିଛି । କାରଣ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେରେ ଘଣ୍ଟାପ୍ରତି ସର୍ବାଧିକ ୧୦୦ କିଲୋମିଟର ବେଗରେ ଗାଡି ଚଳାଇବାର ନିୟମ ରହିଛି । କିନ୍ତୁ ଏହାଠାରୁ ଅଧିକ ସ୍ପିଡରେ ଗାଡି ଚଳାଇଲେ କ୍ୟାମେରାରେ ଏହା କଏଦ ହୋଇଥାଏ ଏବଂ ପରେ ଗାଡିର ମାଲିକଙ୍କ ନିକଟକୁ ଦ୍ରୁତ ଗତିରେ ଗାଡି ଚାଳନା ପାଇଁ ଚାଲାଣ ଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking