27.1 C
Bhubaneswar
Sunday, September 8, 2024
Homeଖେଳଯୁବ ଖେଳାଳିଙ୍କୁ ରୋହିତଙ୍କ ପ୍ରଶଂସା; ଇନ୍‌ଷ୍ଟା ଷ୍ଟୋରୀରେ ଲଗାଇଲେ ଫଟୋ

ଯୁବ ଖେଳାଳିଙ୍କୁ ରୋହିତଙ୍କ ପ୍ରଶଂସା; ଇନ୍‌ଷ୍ଟା ଷ୍ଟୋରୀରେ ଲଗାଇଲେ ଫଟୋ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍ ରୋହିତ ଶର୍ମା ଟିମ୍‌ର ଯୁବ ଖେଳାଳି ଯଶସ୍ୱୀ ଜୟସ୍ୱାଲ୍‌, ସର୍ଫରାଜ ଖାନ୍ ଏବଂ ଧ୍ରୁବ ଜୁରେଲ୍‌ଙ୍କର ଏକ ଭିନ୍ନ ଅନ୍ଦାଜରେ ପ୍ରଶଂସା କରିଛନ୍ତି । ରୋହିତ ସୋମବାର ନିଜ ଇନ୍‌ଷ୍ଟାଗ୍ରାମ୍ ଷ୍ଟୋରୀ ଏହି ତିନି ଯୁବ ତାରକାଙ୍କ ଫଟୋ ଲଗାଇଛନ୍ତି । ଏହା ସହିତ କ୍ୟାପ୍‌ସନ୍‌ରେ ‘ୟେ ଆଜ୍‌କଲ୍ କା ବଚ୍ଚେ’ (ଏମାନେ ଆଜିକାଲିର ପିଲା) ଲେଖିଛନ୍ତି । ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ରେକର୍ଡ ୪୩୪ ରନ୍‌ରେ ହରାଇଥିଲା । ଭାରତର ଏହି ବିଜୟରେ ଯଶସ୍ୱୀ, ସର୍ଫରାଜ ଓ ଜୁରେଲ୍‌ଙ୍କ ବଡ଼ ଅବଦାନ ରହିଥିଲା । ଯଶସ୍ୱୀ ଜୟସ୍ୱାଲ୍ ତୃତୀୟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ଅପରାଜିତ ୨୧୪ ରନ୍‌ର ବିସ୍ଫୋରକ ଦ୍ୱିଶତକୀୟ ଇନିଂସ୍ ଖେଳିଥିଲେ । ଏହି ଇନିଂସ୍‌ରେ ତାଙ୍କର ୧୨ଟି ଛକା ମଧ୍ୟ ସାମିଲ ଥିଲା, ଯାହା ଗୋଟିଏ ଇନିଂସ୍‌ରେ କୌଣସି ଭାରତୀୟଙ୍କ ସର୍ବାଧିକ । ଏହା ସିରିଜ୍‌ରେ ଯଶସ୍ୱୀଙ୍କ ଦ୍ୱିତୀୟ ଦ୍ୱିଶତକ । ପ୍ରଥମ ମ୍ୟାଚ୍‌ରେ ମଧ୍ୟରେ ସେ ଦ୍ୱିଶତକ ହାସଲ କରିଥିଲେ । ଗତବର୍ଷ ଡେବ୍ୟୁ କରିଥିବା ଯଶସ୍ୱୀ ମାତ୍ର ୭ଟି ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି ।

ଅନ୍ୟପକ୍ଷରେ ଡେବ୍ୟୁ ମ୍ୟାଚ୍‌ରେ ୨୬ ବର୍ଷୀୟ ଡାହାଣହାତୀ ବ୍ୟାଟର୍ ସର୍ଫରାଜ ଖାନ୍ ଉଭୟ ଇନିଂସ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ । ପ୍ରଥମ ମ୍ୟାଚ୍‌ରେ ୬୬ ବଲ୍‌ରୁ ୬୨ ରନ୍ କରିଥିବା ବେଳେ ଜାଡ଼େଜାଙ୍କ ସହ ଭୁଲ୍ ବୁଝାମଣା ଯୋଗୁଁ ରନ୍ ଆଉଟ୍ ହୋଇଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୬୮ ରନ୍ କରି ଅପରାଜିତ ଫେରିଥିଲେ । ଏହା ସହିତ ଡେବ୍ୟୁ ମ୍ୟାଚ୍‌ର ଉଭୟ ଇନିଂସ୍‌ରେ ଅର୍ଦ୍ଧଶତକ ହାସଲ କରିବାରେ ସେ ଚତୁର୍ଥ ଭାରତୀୟ ହୋଇଛନ୍ତି । ସେହିପରି ୨୩ ବର୍ଷୀୟ ୱିକେଟ୍‌କିପର୍ ବ୍ୟାଟର୍ ଧ୍ରୁବ ଜୁରେଲ୍ ରାଜକୋଟ ମ୍ୟାଚ୍‌ରେ ଟେଷ୍ଟ୍ ଡେବ୍ୟୁ କରିଥିଲେ । ଏହି ମ୍ୟାଚ୍‌ରେ ସେ ୪୬ ରନ୍‌ର ଇନିଂସ୍ ଖେଳିଥିଲେ । ଏହା ବ୍ୟତୀତ ୱିକେଟ୍ ପଛରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ । ପ୍ରଥମ ଇନିଂସ୍‌ରେ ଜାଡ଼େଜାଙ୍କ ବଲ୍‌ରେ ଟର୍ମ ହାର୍ଟଲେଙ୍କୁ ଷ୍ଟମ୍ପ୍ ଆଉଟ୍ କରିଥିଲେ । ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ଜାଡ଼େଜାଙ୍କ ବଲ୍‌ରେ ବେନ୍ ଷ୍ଟୋକ୍ସଙ୍କୁ ଷ୍ଟମ୍ପ୍ ଆଉଟ୍ କରିଥିଲେ । କେବଳ ଏତିକି ନୁହେଁ ମହମ୍ମଦ ସିରାଜ୍‌ଙ୍କ ଥ୍ରୋରେ ବେନ୍ ଡକେଟ୍‌ଙ୍କୁ ରନ୍‌ଆଉଟ୍ ମଧ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking