26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଭେଣ୍ଟିଲେଟରରେ ଫ୍ୟାସନ୍ ଡିଜାଇନର ରୋହିତ ବଲ୍‌

ଭେଣ୍ଟିଲେଟରରେ ଫ୍ୟାସନ୍ ଡିଜାଇନର ରୋହିତ ବଲ୍‌

ନୂଆଦିଲ୍ଲୀ: ବଲିଉଡ୍‌ର ତଥା ଦେଶର ଅନ୍ୟତମ ଖ୍ୟାତନାମା ଫ୍ୟାସନ ଡିଜାଇନର ରୋହିତ ବଲ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡିଥିବାବେଳେ ତାଙ୍କୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରେ ରଖାଯାଇଛି ବୋଲି ମେଦାନ୍ତ ହସ୍ପିଟାଲ ପକ୍ଷରୁ କୁହାଯାଇଛି । ୧୯୮୬ରେ ଫ୍ୟାସନ ଡିଜାଇନିଂ କ୍ୟାରିୟର ଆରମ୍ଭ କରିଥିବା ରୋହିତଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ପୋଷାକ ଏକଦା ବଲିଉଡ ତାରକାଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣୀୟ ପାଲଟିଥିଲା ।

ତେବେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡିଥିବା ଜଣାପଡିଛି । ୨୦୨୦ରେ ହୃଦଘାତର ଶିକାର ହେବାପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟ କରାଯାଇଥିଲା । ନିଶାସେବନ ଯୋଗୁଁ ତାଙ୍କୁ ନିୟମିତ ବ୍ୟବଧାନରେ ନିଶା ନିବାରଣ କେନ୍ଦ୍ରରେ ମଧ୍ୟ ରହିବାକୁ ପଡୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking