25.6 C
Bhubaneswar
Saturday, June 7, 2025
Homeଦେଶ ବିଦେଶରେଲୱେ ଟ୍ରାକକୁ ଖସିଲା ପଥର, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ରେଲୱେ ଟ୍ରାକକୁ ଖସିଲା ପଥର, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଜୟପୁର: ପାହାଡ଼ ଉପରୁ ଖସିଲା ବଡ଼ ବଡ ପଥର ଖଣ୍ଡ । ପଥର ଖଣ୍ଡ ଖସିବାରୁ ଅଟକିଲା ଯାତ୍ରୀବାହୀ ଟ୍ରେନ୍‌। ଟ୍ରେନ ଚଳାଚଳ ବାଧାପ୍ରାପ୍ତ । କୋରାପୁଟ ଜୟପୁର ରେଳ ପଥର ଜରଟି ଓ ମାନବର ମଧ୍ୟରେ ରେଳ ଧାରଣା ଉପରେ ମାଟି ଅତଡ଼ା ଓ ପଥର ଖସି ରେଳ ଚଳା ଚଳ ବନ୍ଦ ରହିଛି। ଏନେଇ ଆଜି ୮ ଟି ଟ୍ରେନକୁ ବାତିଲ କରିଛି ରେଳ ବିଭାଗ । ବର୍ତ୍ତମାନ ଉଧାର କାର୍ଯ୍ୟ ଜାରି ରହିଛି ।

ଖବର ଅନୁସାରେ, ମାନୁବାର-ଜରଟି ଷ୍ଟେସନ ମଧ୍ୟରେ ରେଳ ଧାରଣାରେ ବଡ଼ ପଥର ସହ ମାଟି ଅତଡା ଖସି ପଡ଼ିଛି। ପାହାଡ଼ ଉପରୁ ବଡ଼ ପଥର ରେଳ ଧାରଣା ଉପରେ ପଡ଼ି ରହିଥିବାରୁ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସମ୍ଭବପର ହୋଇପାରୁନିା ଫଳରେ ଗତକାଲି ରାତି ୩ରୁ କୋରାପୁଟ ରେଲ୍‌ୱେ ଷ୍ଟେସନରେ ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ୍‌ ଅଟକି ରହିଛି । ଯଦିଓ ବଡ଼ ଅଘଟଣରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ତେବେ ଟ୍ରାକ୍‌ ଉପରେ ପଥର ପଡ଼ି ଥିବାରୁ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ପାଖାପାଖି ୮ଟି ଟ୍ରେନର ରୁଟ୍ ବାତିଲ କରାଯାଇଛି । ୩୦୦ ମିଟର ପର୍ଯ୍ୟନ୍ତ ପଡ଼ିରହିଛି ମାଟି ଅତଡ଼ା । ଘଟଣା ସ୍ଥଳରେ ୧୦ଟି ଇଲେକ୍ଟ୍ରିକ ପୋଲ ଧସି ହୋଇରହିଛି । ଏନେଇ ବିଶାଖାପାଟଣା ରେଳ ଡିଭିଜନ ସୂଚନା ଦେଇଛି । ରେଳ ଧାରଣାରୁ ପଥର ହଟାଇଵାକୁ ଉଦ୍ୟମ ଜାରି ରହିଥିବା ରେଳ କତୃପକ୍ଷ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking