34.8 C
Bhubaneswar
Saturday, May 24, 2025
Homeଦେଶ ବିଦେଶଭାରତର ରେସ୍ତୋରାଁରେ ରୋବୋ ପରିଚାରିକା

ଭାରତର ରେସ୍ତୋରାଁରେ ରୋବୋ ପରିଚାରିକା

ଲକ୍ଷ୍ନୌ : ଭାରତରେ ଏକ ରେସ୍ତୋରାଁରେ ଏବେ ଏଆଇ ପରିଚାଳିତ ରୋବୋ ଖବରର ଶିରୋନାମା ହୋଇଛି । ଏହି ଦୃଶ୍ୟ ଆମ ଦେଶରେ ସମସ୍ତଙ୍କୁ ଆକର୍ଷଣ କରୁଛି । ଲକ୍ଷ୍ନୌରେ ଖୋଲିଛି ‘ଦ ରୋବୋ ରେସ୍ତୋରାଁ- ଦ ୟେଲୋ ହାଉସ୍’ ଏ ଦୁନିଆରେ ନୂଆ ଟ୍ରେଣ୍ଡ୍ ଆରମ୍ଭ କରିଛି। ଏହି ଅଭିନବ ରେସ୍ତୋରାଁକୁ ସହରର ପ୍ରଥମ ରୋବୋ ରେସ୍ତୋରାଁର ମାନ୍ୟତା ମିଳିଛି। ଏହାର ମୁଖ୍ୟ ଆକର୍ଷଣ ହେଉଛନ୍ତି ଦୁଇ ଏଆଇ ପରିଚାଳିତ ରୋବେ ପରିଚାରିକା ରୁବି ଓ ଡିଭା । ଦୁହେଁ ଧଳା – ହଳଦିଆ ରଙ୍ଗରେ ନଜର ଆସିଛନ୍ତି। ରେସ୍ତୋରାଁକୁ ଆସୁଥିବା ଗ୍ରାହକଙ୍କ ସହ ଉଭୟ ଅତ୍ୟନ୍ତ ନିମ୍ନ ଭାବେ କଥା ହେଉଛନ୍ତି। ରେସ୍ତୋରାଁ ଭିତରେ ରାସ୍ତା ପାଇବାରେ ଲୋକେ ସମସ୍ୟାର ସମ୍ମୁଖୀନ ହେଲେ, ଏହି ରୋବୋ ପରିଚାରିକା ସେମାନଙ୍କୁ ଅତ୍ୟନ୍ତ ନମ୍ରତାର ସହିତ ଧୀରେ ଧୀରେ କହୁଛନ୍ତି ‘ଦୟାକରି ମୋତେ କ୍ଷମା କରନ୍ତୁ’। ଗ୍ରାହକ ଅର୍ଡର କରିଥିବା ଖାଦ୍ୟ ସେମାନଙ୍କ ଟେବଲ୍ ଉପରେ ରଖିବା ପରେ ରୁବି ଓ ଡିଭା କହୁଛନ୍ତି ‘ଆପଣଙ୍କ ଅର୍ଡର ପହଞ୍ଚିଯାଇଛି ।’ଏହି ଟେକ୍ନୋଲୋଜିଯୁକ୍ତ ଭୋଜନର ଅନୁଭବ ପ୍ରଦାନ କରିଥିବା ବ୍ୟକ୍ତି ହେଉଛନ୍ତି ଅନିକେତ ଶ୍ରୀବାସ୍ତବ। ସେ କହିଛନ୍ତି ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ସିଷ୍ଟମ୍ ଜରିଆରେ ପରିଚାଳିତ ଏହି ରୋବୋଙ୍କୁ ରୋବୋ ପରିଚାରିକାଙ୍କ ସହ ଆମ ଇଞ୍ଜିନିୟମାନେ ଅତ୍ୟନ୍ତ ସୂକ୍ଷ୍ମ ଭାବେ ବିକଶିତ କରିଛନ୍ତି । ମାତ୍ର ୨-୩ ଘଣ୍ଟା ଚାର୍ଜ ହେଲେ ସେମାନେ ୧୨ ଘଣ୍ଟାରୁ ଅଧିକ  ସମୟ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛନ୍ତି । ସେନ୍ସର କୌଶଳ ଜରିଆରେ ରୋବୋଙ୍କୁ ଟେବଲ୍ ସଂଖ୍ୟା ପ୍ରଦାନ କରାଯାଇଛି । ଗୁଗଲର ଅତ୍ୟାଧୁନିକ ନାଭିଗେସନ୍ ଟେକ୍ନୋଲୋଜି ଉପରେ ନିର୍ଭର କରି ସେମାନେ ଟେବଲ୍ ପାଖରେ ପହଞ୍ଚି ଯାଉଛନ୍ତି । ଯଦି ମାର୍ଗରେ କୌଣସି ବାଧକ ଆସୁଛି, ରୋବୋ ତୁରନ୍ତ ଅଟକି ଯାଉଛନ୍ତି।’ ରୋବୋ ରେସ୍ତୋରାଁରେ ରୋବେ ପରିଚାରିକାଙ୍କ ଦ୍ଵାରା ଆତିଥ୍ୟ ଗ୍ରହଣ କରିବା ପରେ ଗ୍ରାହକ ଯେଉଁ ପ୍ରତିକ୍ରିୟା ଦେଉଛନ୍ତି, ତାହା କେବେ ଆଶା କରାଯାଇ ନ ଥିଲା ବୋଲି ଅନିକେତ କହିଛନ୍ତି। ଏହି ଅଭିନବ ବୈଷୟିକ ଅବଧାରଣା ଗ୍ରାହକ, ଖାସ୍‌ କରି ଯୁବପିଢ଼ିଙ୍କୁ ଆକର୍ଷିତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking