32.2 C
Bhubaneswar
Saturday, May 17, 2025
Homeଅପରାଧଡକାୟତି ଯୋଜନା ପଣ୍ଡ: ମାଷ୍ଟରମାଇଣ୍ଡ ସମେତ ୫ଗିରଫ

ଡକାୟତି ଯୋଜନା ପଣ୍ଡ: ମାଷ୍ଟରମାଇଣ୍ଡ ସମେତ ୫ଗିରଫ

ବ୍ରହ୍ମପୁର: ବଡ଼ ବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ରବିହାରର ଏକ ଅର୍ଦ୍ଧନିର୍ମିତ ଘରେ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଏକ ଡ଼କାୟତ ଗ୍ୟାଙ୍ଗକୁ କାବୁ କରିଛି । ଉକ୍ତ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସମେତ ୫ଜଣଙ୍କୁ କାବୁ କରିଛି । ଅଭିଯୁକ୍ତମାନେ ହେଲେ ରଙ୍ଗୁଣିବନ୍ଧ ସାହିର ପେଷାଦାର ଅପରାଧୀ ଆର. ଅନିଲ ରେଡ୍ଡୀ(୨୬), ପ୍ରହଲ୍ଲାଦ ନଗରର ସୁରେନ୍ଦ୍ର ସ୍ୱାଇଁ ଓରଫ ସୁରି(୩୦), ତ୍ରିନାଥ ମନ୍ଦିର ସାହିର ଆକାଶ ପାତ୍ର(୨୪), କୁଠାରୀମନ୍ଦିର ସାହିର ତୁଫାନ ନାୟକ(୨୭) ଓ ଆଇନବନ୍ଧ ସାହିର ନରେନ୍ଦ୍ର ଗୌଡ଼ ଓରଫ ଲଣ୍ଡା(୩୪) ବୋଲି ପୁଲିସ କହିଛି । ଆଜି ମାମଲା ନଂ ୧୧୦/୨୩ରେ ପୁଲିସ ଉପରୋକ୍ତ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ତାଙ୍କ ନିକଟରୁ ପୁଲିସ ୩ଟି ଅଫୁଟା ବୋମା, ଦୁଇଟି ଖଣ୍ଡା, ଲୁହାଛଡ଼କୁ ଜବତ କରିଛି ।

ସୂଚନାଯୋଗ୍ୟ ଯେ ବଡ଼ ବଜାର ଥାନା ପୁଲିସ ଗତ କାଲି ରାତ୍ରିରେ ପେଟ୍ରୋଲିଂ କାଯାଉଥିଲା । ଏହି ସମୟରେ କିଛି ବ୍ୟକ୍ତି ଶ୍ରୀକ୍ଷେତ୍ରବିହାରର ଏକ ଅର୍ଦ୍ଧନିର୍ମିତ ଘରେ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ପୁଲିସକୁ ଖବର ପାଇଥିଲା । ଯାହାଫଳରେ ପେଟ୍ରୋଲିଂ ଟିମ୍ ସେହି ସ୍ଥାନରେ ପହଞ୍ଚି ଅଭିଯୁକ୍ତଙ୍କୁ ଘେରିଯାଇଥିଲେ । ଘଟଣାସ୍ଥଳରୁ ପୁଲିସକୁ ଚକମା ଦେଇ ଦୁଇଜଣ ଅପରାଧୀ ଚମ୍ପଟ ମାରିଥିବା ବେଳେ ୫ଜଣ ଅଭିଯୁକ୍ତଙ୍କୁ ପୁଲିସ କାବୁ କରିଥିଲା । ଉପରୋକ୍ତ ଅଭିଯୁକ୍ତକୁ ଜେରା ବେଳେ ସେମାନେ ଡକାୟତି ପାଇଁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଥିଲା । ଏହି ଘଟଣାରେ ପୁଲିସ ଉକ୍ତ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଆର. ଅନିଲ ରେଡ୍ଡୀଙ୍କ ସମେତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନିଲଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ସଙ୍ଗୀନ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking