27.1 C
Bhubaneswar
Friday, October 18, 2024
Homeଅପରାଧଡକାୟତି ଘଟଣା: ମଙ୍ଗୁକୁ ଏନକାଉଣ୍ଟର ପରେ ୬ ଅଭିଯୁକ୍ତ ଗିରଫ

ଡକାୟତି ଘଟଣା: ମଙ୍ଗୁକୁ ଏନକାଉଣ୍ଟର ପରେ ୬ ଅଭିଯୁକ୍ତ ଗିରଫ

କଟକ: କମିସନରେଟ ପୁଲିସ କଟକ କନ୍ଦରପୁର ଡକାୟତି ଘଟଣାର ପର୍ଦାଫାଶ କରିଛି। ଏହି ମାମଲା ଡକାୟତ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣା ଓରଫ ମଙ୍ଗୁକୁ ଦୁଇ ଦିନ ତଳେ ପୁଲିସ ଏନକାଉଣ୍ଟର କରିଥିବା ବେଳେ ଆଜି ଏହି ଗ୍ୟାଙ୍ଗର ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ କଟକ ଟାଙ୍ଗୀ ଥାନାରେ ଅନ୍ତର୍ଗତ ସାନ କେଶପୁର ଅଂଚଳର ବ୍ରହ୍ମାନନ୍ଦ ରାଉତ ଓରଫ ଚିକୁ, ଗଞ୍ଜାମ ଅଞ୍ଚଳର ସନ୍ତୋଷ କୁମାର ବେହେରା, କନ୍ଦରପୁର ଅଂଚଳର ଉଦୟ କୁମାର ଭୋଇ ଓରଫ ଉଦ, ଗଞ୍ଜାମ ଅଞ୍ଚଳର ରାମ ଚନ୍ଦ୍ର ସାହୁ ଓରଫ ବାବୁ, କେଉଁଝର ଅଞ୍ଚଳର ହେମାନନ୍ଦ ମୋଦି ଓରଫ ପପୁ ଓ ଗହମାଣ୍ଡିଆ ଅଞ୍ଚଳର ସେକ ଇଲିଆସ ଓରଫ ସେକ ବାବା।

ଗତ ୬ ତାରିଖ ଦିନ କନ୍ଦରପୁର ମତଗଜପୁର ଅଂଚଳର ସୁନା ବ୍ୟବସାୟୀ ବିକାଶ ପାତ୍ରଙ୍କ ଉପରକୁ ଗୁଳି ଚଳାଇ ଏହି ଗ୍ୟାଙ୍ଗ ଲୁଟ କରି ଥିଲା ଏବଂ ବିକାଶଙ୍କ ଠାରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଓ ୨୫ ହଜାର ଟଙ୍କା ନଗଦ ଲୁଟ ହୋଇ ଥିବା ଅଭିଯୋଗ ହୋଇ ଥିଲା। ଗିରଫ ଅଭିଯୁକ୍ତଙ୍କ ଠାରୁ ଦୁଇଟି ସୁନା ଚୁଡ଼ି, କିଛି ରୂପା ଅଳଙ୍କାର ଓ ୩ଟି ଅଫୁଟା ଗୁଳି ଜବତ ହୋଇଛି । କଟକ ଡିସିପି ପିନାକ ମିଶ୍ର ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ମଙ୍ଗୁ ଏକ ଗ୍ୟାଙ୍ଗ ତିଆରି କରି ଅପରାଧୀକ କାର୍ଯ୍ୟକଳାପ କରିବା ପାଇଁ ଯୋଜନା ପ୍ରସ୍ତୁତ କରି ଥିଲା ବୋଲି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking