29.1 C
Bhubaneswar
Saturday, May 4, 2024
Homeପଶ୍ଚିମବଙ୍ଗ ନିର୍ବାଚନନନ୍ଦୀଗ୍ରାମରେ ରୋଡ ସୋ କରିବେ ଅମିତ ଶାହ

ନନ୍ଦୀଗ୍ରାମରେ ରୋଡ ସୋ କରିବେ ଅମିତ ଶାହ

ନନ୍ଦୀଗ୍ରାମ : ଗୃହମନ୍ତ୍ରୀ ଅମିତ ଶାହ ଆଜି ନନ୍ଦୀଗ୍ରାମ ଯିବେ ଓ ସେଠାରେ ରୋଡ ସୋ ମଧ୍ୟ କରିବେ । ନନ୍ଦୀଗ୍ରାମ ଆସନ ବିଜେପି ଓ ତୃଣମୁଳ କଂଗ୍ରେସ ଉଭୟଙ୍କ ପାଇଁ ମହତ୍ୱପୁର୍ଣ୍ଣ ଅଟେ । ମମତା ବାନାର୍ଜୀ ମଧ୍ୟ ନନ୍ଦୀଗ୍ରାମରୁ ଲଗାତର ପ୍ରଚାର କରୁଛନ୍ତି । ମମତାଙ୍କ ବିପକ୍ଷରେ ନନ୍ଦୀଗ୍ରାମରେ ବିଜେପିର ଶୁଭେନ୍ଦୁ ଅଧିକାରୀ ଲଢୁଛନ୍ତି । ଏହି ପ୍ରଚାର ସମୟରେ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ସେ କେବଳ ମୁସଲମାନ ମାନଙ୍କୁ ସନ୍ତୁଷ୍ଟ କରୁଛନ୍ତି ବୋଲି କହିଥିଲେ ।

ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ‘ବେଗମ୍’ ମମତା ବାନାର୍ଜୀ ବଙ୍ଗଳାକୁ ‘ମିନି ପାକିସ୍ତାନ’ କରିଦେବେ । ମମତା ମଧ୍ୟ ଶୁଭେନ୍ଦୁଙ୍କୁ ୟୁପି-ବିହାରରୁ ଗୁଣ୍ଡାମାନଙ୍କ ସାହାଯ୍ୟ ମାଗିଥିବା ଅଭିଯୋଗ କରିଛନ୍ତି । ମମତା କହିଛନ୍ତି ଯେ, ସେ ହେଉଛନ୍ତି ରୟାଲ ବେଙ୍ଗଲ ଟାଇଗର ଏବଂ ସେ ସିଂହୀ ଭଳି ହିଁ ଜବାବ ଦେବେ ।

ନନ୍ଦୀଗ୍ରାମରେ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ‘ମମତା ବାନାର୍ଜୀଙ୍କର’ ଇଦ୍ ମୁବାରକ କହିବାର ଅଭ୍ୟାସ ଅଛି । ସେଥିପାଇଁ ଆଜି ହୋଲି ଅଭିବାଦନ କରିବା ପରିବର୍ତ୍ତେ ସମସ୍ତଙ୍କୁ ‘ ହୋଲି ମୁବାରକ ‘ ବୋଲି କହିଥିଲେ । ବେଗମ୍ ପାଇଁ ଭୋଟ୍ ଦିଅନ୍ତୁ ନାହିଁ । ଯଦି ଆପଣ ବେଗମଙ୍କୁ ଭୋଟ୍ ଦିଅନ୍ତି ତେବେ ଏହା (ବଙ୍ଗଳା) ଏକ ମିନି ପାକିସ୍ତାନରେ ପରିଣତ ହେବ ।  ବେଗମ୍ ସୁଫିଆନ୍ ବ୍ୟତୀତ ଅନ୍ୟ କାହାକୁ ଜାଣି ନାହାନ୍ତି ।

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ୧ଏପ୍ରିଲ୍ ରେ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ସବୁଠାରୁ ଉଚ୍ଚ ପ୍ରୋଫାଇଲ୍ ଆସନ ଭାବେ ବିବେଚନା କରାଯାଉଥିବା ନନ୍ଦୀଗ୍ରାମ, ବିଜେପିର ଶୁଭେନ୍ଦୁ ଅଧିକାରୀ ଏବଂ ମମତା ବାନାର୍ଜୀ ମୁହାଁମୁହିଁ ହେବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking