30.1 C
Bhubaneswar
Wednesday, April 24, 2024
Homeକରୋନାକ’ଣ ପାଇଁ ଦେଶରେ ଅଚାନକ ଭାବରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ

କ’ଣ ପାଇଁ ଦେଶରେ ଅଚାନକ ଭାବରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଗତ ଏକ ମାସ ଧରି ଭାରତରେ କରୋନା କହର ପୁଣି ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ କୋଭିଡ୧୯ର ଦ୍ୱିତୀୟ ଲହରି ବୋଲି କହୁଛନ୍ତି । ଦେଶରେ କରୋନାଜନିତ ମାମଲା ଅଚାନକ ଭାବରେ କଣ ପାଇଁ ବୃଦ୍ଧି ପାଉଛି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଏହାର କାରଣ ଦର୍ଶାଇଛନ୍ତି । ସେ କହିଛନ୍ତି, ଦେଶରେ ଅନେକ ଲୋକଙ୍କୁ ଲାଗୁଛି ଯେ, କୋଭିଡ ଭାଇରସ ପାଇଁ ଭ୍ୟାକ୍ସିନ ଆସିସାରିଛି । ଏବେ ସବୁ କିଛି ଠିକ୍ ହୋଇଯାଇଛି । ଅର୍ଥାତ ଲୋକେ ଏହାକୁ ଗମ୍ଭୀରତାର ସହ ନେଉନାହାନ୍ତି । ହାଲକା ଭାବରେ ନେଉଛନ୍ତି  । ସୁପର  ସ୍ପ୍ରେଡର ଇଭେଣ୍ଟ ହେଉଛି ।

ଟିକା ନେବା ପରେ ପୁଣି ସଂକ୍ରମିତ ହେବା ଏହା କମ୍ ଦେଖିବାକୁ ମିଳିଛି । ହେଲେ ଯଦି ପୁଣି ସଂକ୍ରମିତ ହେଉଛନ୍ତି, ତେବେ ଜୀବନପ୍ରତି ବିପଦ ନାହିଁ । ସମସ୍ତ ପରିସ୍ଥିତିରେ କୋଭିଡକୁ ହ୍ୟାଣ୍ଡେଲ କରିବାର ଉପାୟ ପୂର୍ବରୁ ସ୍ଥାପିତ ହୋଇସାରିଛି । ଟେଷ୍ଟ, ଟ୍ରାକ ଓ ଟ୍ରୀଟ ବହୁତ ଜରୁରୀ । ଟ୍ରାକ ପରେ ଆଇସୋଲେସନ ଓ ଟ୍ରିଟମେଣ୍ଟ ଜରୁରୀ ହୋଇଥାଏ । ଭାରତ ସରକାର ସମସ୍ତ କେସକୁ ଗମ୍ଭୀରତାର ସହ ଦେଖୁଛନ୍ତି । ଗତ ସପ୍ତାହରେ ୪୭ ଜିଲ୍ଲା ସହ ବୈଠକ ହୋଇଥିଲା । ଆଜି ସକାଳେ ୪୩୦ ଜିଲ୍ଲାରେ ୭୧୪୨୧ ଓ ୨୮ ଦିନରେ କୌଣସି ମାମଲା ଆସିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking