19.1 C
Bhubaneswar
Friday, December 27, 2024
Homeଓଡିଶାରାସ୍ତା ଜାମ୍ ଯୋଗୁଁ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ରାସ୍ତା ଜାମ୍ ଯୋଗୁଁ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ବଡ଼କାଳିମାଟି ପଞ୍ଚାୟତର ଦବୁନାଠାରେ ଥିବା ଆର୍ଶେଲର୍ ମିତ୍ତଲ୍ ନିପନ୍ ଷ୍ଟିଲ କମ୍ପାନି ଦ୍ଵାରା ଖଣିରୁ ଟ୍ରକ୍ ଯୋଗେ ଖଣିଜ ପରିବହନ ଯୋଗୁଁ ନୟାଗଡ଼ରୁ କାଳିମାଟି ପର୍ଯ୍ୟନ୍ତ ରାସ୍ତା ଜାମରେ ସ୍କୁଲ ବସ ଫସିରହିବାରୁ ଆଜି ବହୁ ଛାତ୍ରଛାତ୍ର ପରୀକ୍ଷାରୁ ବଞ୍ଚିତ ହୋଇଥିଲେ। ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ କମ୍ପାନିର ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ସୂଚନା ଅନୁଯାୟୀ ନୟାଗଡ଼ରୁ କାଳିମାଟି ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ରାସ୍ତା ଯୋଗୁଁ ପ୍ରତିଦିନ ଏଠାରେ ପ୍ରବଳ ଜାମ୍ ଲାଗି ରହୁଥିବା କାରଣରୁ ସାଧାରଣ ଲୋକ, ଆମ୍ବୁଲାନସ୍ ଓ ସ୍କୁଲ୍ ବସ୍ ଯିବା ଅସମ୍ଭବ ହୋଇ ପଡ଼ୁଛି। କିଛି ସ୍ଥାନୀୟ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ବାମେବାରୀ ଶିଶୁ ମନ୍ଦିରରେ ପରୀକ୍ଷା ଥିବା ବେଳେ, ରାସ୍ତାରେ ଜାମ୍ ଲାଗିଥିବା କାରଣରୁ ସେମାନେ ଠିକ୍ ସମୟରେ ସ୍କୁଲରେ ପହଞ୍ଚି ନ ପାରିବା କାରଣରୁ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। ଫଳରେ ବାଧ୍ୟ ହୋଇ ସେମାନେ ଦବୁନାସ୍ଥିତ ଆର୍ଶେଲର୍ ମିତ୍ତଲ୍ ନିପନ୍ ଷ୍ଟିଲ୍ କମ୍ପାନି ସମ୍ମୁଖରେ ଧାରଣାରେ ବସି ରହିଥିଲେ। ଧାରଣାସ୍ଥଳରେ କିଛି ଅଭିଭାବକ ମଧ୍ୟ ଉପସ୍ଥିତ ଥିଲେ। ଅଭିଭାବକମାନେ ଅଭିଯୋଗ କରିଥିଲେ ଯେ ରାସ୍ତା ମରାମତି କରାଯାଉନଥିବାବେଳେ ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଖଣିଜ ବୋଝେଇ ଟ୍ରକ ଚଳାଚଳ କରୁଛି । ଟ୍ରାଫିକ ବ୍ୟବସ୍ଥା ପ୍ରତି କମ୍ପାନି ଦୃଷ୍ଟି ଦେଉନାହିଁ। ଫଳରେ ଅଧିକାଂଶ ସମୟରେ ରାସ୍ତା ଜାମ ରହୁଛି। ରାସ୍ତାକୁ ଖଣିଜ ବୋଝେଇ ଟ୍ରକଗୁଡ଼ିକ ଚାରି ପାଞ୍ଚ ଲାଇନ କରି ସମ୍ପୂର୍ଣ୍ଣ ରାସ୍ତାକୁ କବଜା କରି ରଖୁଛନ୍ତି। ବହୁ ଟ୍ରକ ରାସ୍ତା ଉପରେ ଦିନରାତି ପାର୍କିଂ କରି ରଖୁଛନ୍ତି, ଯାହାଫଳରେ ସାଧାରଣ ଲୋକ ଛାତ୍ରଛାତ୍ରୀମାନେମାନେ ଏହାର ପରିଣାମ ଭୋଗୁଛନ୍ତି । ଏହିପ୍ରତି କମ୍ପାନୀ କତ୍ତୃପକ୍ଷ, ଟ୍ରାଫିକ ୟୁନିଟ ପୁଲିସ ଓ ସ୍ଥାନୀୟ ପୁଲିସ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking